କନ୍ଧମାଳର ଯୁବ କଳାକାର ଏମପେରର୍‌ ଶିବାପତି ହ୍ୱୁମାନ ସାଗରଙ୍କ ସହ ଓଡ଼ିଆ ଗୀତ ତିଆରି କରି ପ୍ରଶଂସା ସାଉଁଟୁଛନ୍ତି

0 262

ବାଲିଗୁଡ଼ା,୧/୯: ଓଡ଼ିଶାର ସୁନାମଧନ୍ୟ ଗାୟକ ହ୍ୱୁମାନ ସାଗରଙ୍କ ସହ ଶିବାୟ ମ୍ୟୁଜିକ୍‌ ପ୍ରଡକ୍ସନ ରେ “ମୁଁ ମରିଯିବି’ ଏକ ଗୀତ ତିଆରି କରି ସୁନାମ ଅର୍ଜନ କରିଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସୁନାପାଙ୍ଗା ସାହିର ଯୁବ କଳାକାର ଏମପେରର୍‌ ଶିବା ପତି । ପ୍ରଥମଥର ପାଇଁ ଓଡ଼ିଆ ରାପ୍‌ ଏହି ଗୀତରେ ସ୍ଥାନ ପାଇଛି । ପିଲାଟି ଦିନରୁ କଳା ପ୍ରତି ତାଙ୍କର ଆଗ୍ରହ ଥିଲା ହେଲେ କୌଣସି ପ୍ରୋତ୍ସାହନ ନପାଇ ବଲିଉଡ୍‌ର ବିଭିନ୍ନ କଳାକାରଙ୍କୁ ଅନୁଧ୍ୟାନ କରି ସେ ଆଜି ଏହି ସ୍ଥାନରେ ପହଁଚିଥିବା କୁହନ୍ତି ଶିବା । ମହାମାରୀ କରୋନାର ପ୍ରଥମ ଲହରୀ ସମୟରେ ବାଲିଗୁଡ଼ା ପୋଲିସ୍‌ ସହାୟତାରେ ଶିବା କରୋନା ସଚେତନତା ରାପ୍‌ କରି ଚର୍ଚ୍ଚାକୁ ଆସିଥିଲେ ।

hiring

ଏଥିସହିତ ଫାଷ୍ଟର ରାପର ଭାବେ ବେସ୍‌ ପରିଚିତ ଏମପେରର୍‌ ଶିବା । ଶିବା ଏକା ଧାରାରେ ଜଣେ ଫାଷ୍ଟର ରାପର ସହ ଲେଖକ,ର୍ନିେଶକ ଓ ଜଣେ ଅଞ୍ଚଳର ଜଣାଶୁଣା ଯାଦୁଗର ମଧ୍ୟ । ଆଗକୁ ଆହୁରି ଏମିତି ଅନେକ କାମ କରିବାକୁ ଆଶା ରଖିଛନ୍ତି ଶିବା । ଶିବାଙ୍କ ଏଭଳି ପ୍ରତିଭା ଦେଖି ବେଶ୍‌ ପ୍ରଶଂସା କରୁଛନ୍ତି ଅଞ୍ଚଳବାସୀ ।

hiranchal ad1
Leave A Reply

Your email address will not be published.

3 × 1 =