ବାଲୁକା ଶିଳ୍ପୀ ମାନସ ସାହୁ ଦ୍ୱାରା ବାଲୁକା କଳା ପାର୍କ

0 74

ପୁରୀ : ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ ।ପୁରୀ ବେଳାଭୂମିରେ ଲାଗିଛି ଦେଶ ତଥା ଦେଶ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଭିଡ଼ । ତେଣୁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ଆତ୍କୃଷ୍ଟ କରିବା ସହିତ ପୁରୀ ବେଳଭୂମିର ସ୍ୱଚ୍ଛତାକୁ ବଜାୟ ରଖିବା ପାଇଁ ବାର୍ତ୍ତାଦେବା ଉଦ୍ଦେଶ୍ୟରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ଆରମ୍ଭ କରିଛନ୍ତି ବାଲୁକା କଳା ପାର୍କ । ପ୍ରତ୍ୟେକ ବର୍ଷ ଏହି ସାଣ୍ଡ ଆର୍ଟ ପାର୍କରେ ବିଭିନ୍ନ ବାଲୁକା କଳାକୁ ସ୍ଥାନିତ କରି ମାନସ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ସନ୍ଦେଶ ଦେଉଥିବା ବେଳେ ଏବର୍ଷ ମଧ୍ୟ ପ୍ରସିଦ୍ଧ କାର୍ଟୁନ ଚିତ୍ର ମଉନା ଓ ମଉଇ ଚରିତ୍ରର ବାଲୁକା କଳା ସହିତ ବେଳାଭୂମିକୁ ପରିଷ୍କାର ରଖିବା ପାଇଁ ମଧ୍ୟ ସନ୍ଦେଶ ଦେଇଛନ୍ତି ।

hiring

ଆହୁରି ମଧ୍ୟ ଫାଇଟ ଏଗନଷ୍ଟ ଏଭିଲର ବାଲୁକା କଳା ମାଧ୍ୟମରେ ସନ୍ଦେଶ ଦେଇଛନ୍ତି । ଏହି ବାଲୁକା କଳା ପାର୍କକୁ ପୁରୀ ଜିଲ୍ଲାପାଳ ଉଦଘାଟନ କରିଥିବା ବେଳେ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସମାଜସେବୀ ବଦ୍ରୀ ମିଶ୍ର ଉପସ୍ଥିତ ରହିଥିଲେ । ଗୋଟିଏ ଗୋଟିଏ ବାଲୁକାକଳା ପ୍ରସ୍ତୁତ କରିବାକୁ ମାନସଙ୍କୁ ୪ ଦିନ ଲେଖାଏଁ ଲାଗିଥିବା ବେଳେ ପ୍ରଶାସନ ତରଫରୁ ସହଯୋଗ ମିଳିଲେ ପୁରୀ ବେଳାଭୂମିର ସୌନ୍ଦର୍ଯ୍ୟ ବଢିବା ସହିତ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆତ୍କୃଷ୍ଟ କରାଯାଇପାରିବ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

5 × 2 =