ଜାଗ୍ରତିଙ୍କ ବିରୋଧରେ ଏତଲା ଦେଲେ ବର୍ଷା

0 136

କଟକ: ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ବାନ୍ଧବୀଙ୍କ ନାଁରେ ଏତଲା। ଅନୁଭବଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଳାଙ୍କ ନାଁରେ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ଜାଗ୍ରତି ତାଙ୍କର ସମ୍ମାନହାନି କରୁଥିବା ଏତଲାରେ ଦର୍ଶାଇଛନ୍ତି ବର୍ଷା। ସୋଶାଲ୍‌ ମିଡ଼ିଆରେ ତାଙ୍କ ନାଁ ନ ନେଇ ଜାଗ୍ରତି ଟାର୍ଗେଟ କରୁଥିବା କହିଛନ୍ତି ବର୍ଷା। କେନ୍ଦ୍ରାପଡ଼ାର ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ଅଡୁଆ ସୂତାରେ ଛନ୍ଦି ହୋଇପଡ଼ିଛି। ମାମଲା ସମାଧାନ ହେବାର ନାଁ ନେଉନାହିଁ। ଏବେ ମାମଲା କୋର୍ଟରେ ବିଚାରାଧୀନ ରହିଛି। ତେବେ ସ୍ପାଉସ୍‌ କାର୍ଡ ପ୍ରତ୍ୟାହାର ମାମଲାରେ ଗତ ସୋମବାର ଓଡିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ସ୍ପାଉସ୍‌ କାର୍ଡ ପ୍ରତ୍ୟାହାର ଉପରେ ରହିତାଦେଶ ଦେଇଥିଲେ କୋର୍ଟ। ଏଥିସହ ଜବାବ ରଖିବାକୁ ପାର୍ଲାମେଣ୍ଟ ମହାସଚିବ, ଉପନିର୍ଦ୍ଦେଶକ ଓ ସାଂସଦ ଅନୁଭବ ମହାନ୍ତିଙ୍କୁ ନୋଟିସ୍ ଜାରି କରିଥିଲେ।

hiranchal ad1
Leave A Reply

Your email address will not be published.

eighteen + twelve =