ଲୁଟେର ଗ୍ୟାଙ୍ଗର ପର୍ଦ୍ଦାଫାସ କଲା କମିଶନରେଟ୍ ପୁଲିସ

0 100

ଭୁବନେଶ୍ୱର : କମିଶନରେଟ୍ ପୁଲିସ ଆଜି ଏକ ବଡ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି । ଏ ନେଇ କମିଶନରେଟ୍ ପୁଲିସ ପକ୍ଷରୁ ନବନିଯୁକ୍ତ ଡିସିପି ଡକ୍ଟର ଉମାଶଙ୍କର ଦାସ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ପୁଲିସର ଏକ ସ୍ପେଶାଲ ସ୍କ୍ୱାର୍ଡ ଏହି ଲୁଟେରା ଗ୍ୟାଙ୍ଗର ୮ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୭୦ଟି ମୋବାଇଲ, ୮୩ ଲ୍ୟାବଟପ, ୯ଟି ଚୋରା ବାଇକ୍ ଜବତ କରିଛି । ଏହି ଗ୍ୟାଙ୍ଗର ଲୁଟେରାମାନେ ଲୁଟ୍ କରିବା ପାଇଁ ଅଭିନବ ଉପାୟ ଅବଲମ୍ବନ କରୁଥିଲେ । ସେମାନେ ନିଜ ଦେହରେ ତେଲ ମାଖି ଲୁଟ କରିବାକୁ ବାହାରୁଥିଲେ । ଦୁଇଟି ଭାଗରେ ବିଭକ୍ତ ହୋଇ କମିଶନରେଟ୍ ପୁଲିସର ବିଭିନ୍ନ ଅଂଚଳକୁ ଏମାନେ ଟାର୍ଗେଟ୍ କରୁଥିଲେ । ଗୋଟିଏ ଗ୍ୟାଙ୍ଗ ଖଣ୍ଡଗିରି, ଖାରବେଳନଗର, ସହୀଦନଗର, ବଡଗଡ ଆଦି ଟାର୍ଗେଟ କରୁଥିବା ବେଳେ ଅନ୍ୟଦଳ ଜାତୀୟ ରାଜପଥ ଉପରେ ଲୁଟ୍ କରୁଥିଲେ । ଏ ସଂପର୍କରେ ଡିସିପି ଡ. ଦାସ କହିଛନ୍ତି ଯେ, ଗତ କିଛି ଦିନ ଧରି ରାଜଧାନୀରେ ଯେଉଁ ଲୁଟପାଟ୍ ହେଉଥିଲା ତାହାକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଥିଲା । ସହୀଦନଗର, ଖାରବେଳନଗର, ନୟାପଲ୍ଲୀ ଓ ଖଣ୍ଡିଗିରି ପୁଲିସର ବଛାବଛା ଅଧିକାରୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା । ଯାହା ଫଳରେ ଏହି ଦୁଇଟି ଗ୍ୟାଙ୍ଗକୁ ସ୍ପେଶାଲ ସ୍କ୍ୱାର୍ଡ ଧରିବାରେ ସଫଳ ହୋଇଥିଲା । ଧରାପଡି ଗିରଫ ହୋଇଥିବା ଏହି ଅପରାଧୀମାନେ ହେଲେ ବଣ୍ଟି ଓରଫ ରଞ୍ଜନ ଶତପଥୀ ଚକେଇସିଆଣି ଅଂଚଳର, ସଂଜୀବ ଓରଫ ସଂଜୟ ବେହେରା ମସଜିଦ କଲୋନା ମାଲିସାହି, ମଣ୍ଟୁ ପାଇକେରା, ପାଲାମଣ୍ଡପ ସାହି ବରମୁଣ୍ଡା, ଚନ୍ଦନ ପ୍ରଧାନ ଓରଫ ଜିତୁ ମହାବୀରନଗର ସାମନ୍ତରାପୁର, ଭାଗବତ ପ୍ରସାଦ ମହାପାତ୍ର ଓରଫ ସୋନୁ ଡାଙ୍ଗିସାହି ଗୁରୁଜଙ୍ଗ, ଶେଖ୍ ଜିୱାତ ନିମାପଡା ହାଟସାହି ଓ ଆଲୋକ ବେହେରା ଓରଫ୍ ଅଲିଆ ପାଣିଛତ୍ର ଗୋପ, ପ୍ରଦୀପ ଦାସ ଓରଫ ପୂର୍ଣ୍ଣ ନିମାପଡା ଅଂଚଳର ଅଟନ୍ତି । ଏମାନଙ୍କର ବୟସ ୨୦ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ବେଳେ ଏମାନଙ୍କୁ ଖୁବଶୀଘ୍ର କୋର୍ଟ ଚାଲାଣ କରାଯିବ ବୋଲି ଡିସିପି ସୂଚନା ଦେଇଥିଲେ ।

hiranchal ad1
Leave A Reply

Your email address will not be published.

seventeen − 6 =