ପ୍ରଶାସନିକସ୍ତରରେ ଅଦଳବଦଳ : ସନତ୍ ମହାନ୍ତି ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ

0 73

ଭୁବନେଶ୍ୱର : ରାଜ୍ୟ ସରକାର ସୋମବାର ପ୍ରଶାସନିକସ୍ତରରେ ଏକ ଛୋଟ ଅଦଳବଦଳ କରିଛନ୍ତି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି କ୍ରମରେ ରାଜ୍ୟ ସରକାରଙ୍କ ଅନୁସୂଚୀଚ ଜାତି ଓ ଜନଜାତି ଉନ୍ନୟନ ବିଭାଗରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିବା ସନତ କୁମାର ମହାନ୍ତିଙ୍କୁ ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଖୋର୍ଦ୍ଧାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ସୀତାଂଶୁ ରାଉତଙ୍କୁ ବ୍ରହ୍ମପୁର ସ୍ଥିତ ଚକବନ୍ଦୀ କାର୍ଯ୍ୟାଳୟରେ ଅତିରିକ୍ତ କମିଶନର ଭାବେ ନିଯୁକ୍ତି ମିଳିଛି । ସେହିପରି କ୍ରୀତିଭାସନ ଭିଙ୍କୁ ଗଞ୍ଜାମ କୋଭିଡ ପରିଚାଳନାର ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଶୁଭଙ୍କର ମହାପାତ୍ରଙ୍କୁ ବାଲିଗୁଡା ଉପ ଜିଲ୍ଲାପାଳ ଓ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କୁ ସମ୍ବଲପୁର ଉପ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଜେ.ସୋନାଲଙ୍କୁ ଗଜପତି କୋଭିଡ ମ୍ୟାନେଜମେଣ୍ଟର ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଆଇଏସ୍ କ୍ରୀତିଭାସନ, ଆଇଏସ୍ ଶୁଭଙ୍କର, ଆଇଏସ୍ ସୂର୍ଯ୍ୟବଂଶୀ ଓ ଆଇଏସ୍ ଜେ ସୋନାଲ ଏହି ଚାରିଜଣ ନିଜର ପ୍ରଶିକ୍ଷଣ ଶେଷ କରିବା ପରେ ରାଜ୍ୟ ସରକାର ସ୍ୱତନ୍ତ୍ର ନିଯୁକ୍ତି ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

19 + seventeen =