ଅଜବ କରୋନା କଟକଣା: ରାକ୍ଷୀପୂର୍ଣ୍ଣିମା ଯୋଗୁଁ ପ୍ରଶାସନ ନିୟମକୁ ଫୁ….

0 44

ବାଲିଗୁଡା :ବର୍ତ୍ତମାନ ପରିସ୍ଥିତିରେ କରୋନା ଭୂତାଣୁର ସଂକ୍ରମଣ ବଢିଚାଲିଛି, ଏହାର ଦମନ ପାଇଁ ଏ ପର୍ଯ୍ୟନ୍ତ କୌଣସି ସଠିକ ଟିକା ବାହାରିନଥିବା ବେଳେ ଏହାକୁ ରୋକିବା ପାଇଁ ସଚେତନ ହିଁ ଦରକାର ରହିଛି । ଏଣୁ ଏଥିପ୍ରତି ପ୍ରତ୍ୟେକ ଦିନ କେନ୍ଦ୍ର ସରକାରଙ୍କ ଠୁ ଆରମ୍ଭ କରି ରାଜ୍ୟ ସରକାର ଏବଂ ଜିଲ୍ଲା ତଥା ଉପଖଣ୍ଡ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ସଚେତନ କରେଇ ଆସୁଛନ୍ତି ଏବଂ ଏଥି ନିମନ୍ତେ ମାସ୍କ ପରିଧାନ, ସାମାଜିକ ଦୂରତ୍ୱ ଅବଲମ୍ବନ ସହ ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ପ୍ରଶାସନ ତରଫରୁ ବାଲିଗୁଡା ଅଞ୍ଚଳକୁ ଅଗଷ୍ଟ ୭ ତାରିଖ ଯାଏଁ କଣ୍ଟେନମେଣ୍ଟ ଅଞ୍ଚଳ ରୂପେ ଘୋଷଣା କରି ଲକଡାଉନ ମଧ୍ୟ ଜାରି କରାଯାଇଛି । ଜରୁରୀ କାମ ଥିଲେ ହିଁ ଘରୁ ବାହାରିବାକୁ ପରାମର୍ଶ ଦିଆଯାଇଛି, ଯଦି ବି ଘରୁ କେହି ବାହାରନ୍ତି ମୁହଁରେ ମାସ୍କ ପରିଧାନ ସହ ସାମାଜିକ ଦୂରତ୍ୱ ଅବଲମ୍ବନ ନିମନ୍ତେ କୁହାଯାଇଛି ।ଏହାକୁ ନେଇ ସ୍ଥାନୀୟ ପ୍ରଶାସନ ତରଫରୁ ମଧ୍ୟ ସହରାଞ୍ଚଳ ଠୁ ନେଇ ଗ୍ରାମାଞ୍ଚଳ ଯାଏଁ ବାରମ୍ବାର ସଚେତନ କରାଯାଇଛି । କିନ୍ତୁ ରାକ୍ଷୀପୂର୍ଣିମା କୁ ଆଖି ଆଗରେ ରଖି ସ୍ଥାନୀୟ ଟାଉନର ମୁଖ୍ୟ ବଜ଼ାରର କେତେକ ୋକାନ ଖୋଲି ବ୍ୟବସାୟ କରିବା ସହ ଖୁଲମଖୁଲା ସାମାଜିକ ଦୂରତା ନ ମାନିବା ସହ ମାସ୍କ ପିନ୍ଧୁନଥିବା ଏବଂ ଅଯଥା ଗହଳଚହଳ କରୁଥିବା ଦେଖିବାକୁ ମିଳୁଛି । ଗ୍ରାମାଞ୍ଚଳ ତଥା ସାହି ଗଳିକନ୍ଦିର ଦୋକାନ ମାନଙ୍କରେ ବି ସାମାଜିକ ଦୂରତ୍ୱ ଅବଲମ୍ବନ କରାଯାଉନଥିବା ଦେଖିବାକୁ ମିଳୁଛି । ତତ୍‌ସହିତ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି । ଦିନକୁ ଦିନ କନ୍ଧମାଳ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସତ୍ତେ୍ୱ ମଧ୍ୟ କାହାରି ନିଘା ନାହିଁ, ଏଣୁ ଏ ଦିଗରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଦୃଷ୍ଟି ପ୍ରଦାନ କରିବାକୁ ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

four × 5 =