କିଟରେ କୋଭିଡ୍‍-୧୯ରେ ଏନ୍‍ଏସ୍‍ଏସ୍‍ର ଭୂମିକା ଉପରେ ୱେବ୍‍ନାର

0 80

ଭୁବନେଶ୍ୱର : କିଟ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା(ଏନଏସ୍‍ଏସ୍‍) ବ୍ୟୁରୋ ପକ୍ଷରୁ କୋଭିଡ୍‍-୧୯ରେ ଏନ୍‍ଏସ୍‍ଏସ୍‍ର ଭୂମିକା ଉପରେ ଭର୍ଚୁଆଲ୍‍ ଜାତୀୟ ସମ୍ମିଳନୀ ଏବଂ କୋଭିଡ୍‍-୧୯ରେ ଏନ୍‍ଏସ୍‍ଏସ୍‍ ସ୍ୱେଚ୍ଛାସେବୀଙ୍କ ପାଇଁ ଚ୍ୟାଲେଞ୍ଜ ଉପରେ ସମ୍ମିଳନୀ ପୂର୍ବରୁ ଏକ କର୍ମଶାଳା ସେପ୍ଟେମ୍ବର ୨୦ ଏବଂ ୨୧ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ଭର୍ଚୁଆଲ୍‍ ସମ୍ମିଳନୀକୁ ଉଦ୍‍ଘାଟନ କରି କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ ବର୍ତ୍ତମାନ ସମୟରେ ଏଭଳି ଏକ ବିଷୟବସ୍ତୁର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି ଏବଂ କିଟ୍‍ ଓ କିସ୍‍ର ଲକ୍ଷ୍ୟ ସହ ଏହାର ସମ୍ପର୍କ ରହିଛି । ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂଆଦିଲ୍ଲୀସ୍ଥିତ ଏନ୍‍ଏସ୍‍ଏସ୍‍ ନିର୍ଦ୍ଦେଶାଳୟର ସହକାରୀ ପ୍ରୋଗ୍ରାମ୍‍ ଆଡ୍‍ଭାଇଜର୍‍ କମଲ କୁମାର କର କୋଭିଡ୍‍ ମହାମାରୀ ସମୟରେ ଏନ୍‍ଏସ୍‍ଏସ୍‍ର ଦାୟିତ୍ୱ ଏବଂ ସରକାରଙ୍କ ପ୍ରୟାସ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଉପସଚିବ ତଥା ଏସ୍‍ଏଲ୍‍ଓ ସୁରେଖା ସୁନ୍ଦରୀ ସ୍ୱାଇଁ ଏନ୍‍ଏସ୍‍ଏସ୍‍ ସ୍ୱେଚ୍ଛାସେବୀଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିବା ସହ କଠିନ ସମୟରେ ଏନ୍‍ଏସ୍‍ଏସ୍‍କୁ ସଠିକ ଭାବେ ଚଳାଇବା ପାଇଁ କାର୍ଯ୍ୟକ୍ରମ ଅଧିକାରୀ ଓ ସ୍ୱେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟତମ ଅତିଥି ଭାବେ ଯୋଗଦେଇ ଏନ୍‍ଏସ୍‍ଏସ୍‍ର ଆଞ୍ଚଳିକ ନିର୍ଦ୍ଦେଶକ ଏସ୍‍. ସାଇଦା ନାଏକ ଏନ୍‍ଏସ୍‍ଏସ୍‍ ସ୍ୱେଚ୍ଛାସେବୀମାନେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜ ଓ ତାହାର ମୁକାବିଲା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତା ସାମନ୍ତ ଓ କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦେଇ କିଟ୍‍ ବିଶ୍ୱବିଦ୍ୟାଳୟର ଏନ୍‍ଏସ୍‍ଏସ୍‍ ସ୍ୱେଚ୍ଛାସେବୀଙ୍କ ସେବା ମନୋଭାବର ଭୂୟସୀ ପ୍ରଶଂସା କରିଥିଲେ । କିଟ୍‍ ବିଶ୍ୱବିଦ୍ୟାଳୟ ଏନ୍‍ଏସ୍‍ଏସ୍‍ କାର୍ଯ୍ୟକ୍ରମ ସଂଯୋଜିକା ତଥା ସମ୍ମିଳନୀର ଆବହିକା ଡ. କାଜଲ ପରାଶର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ କାର୍ଯ୍ୟକ୍ରମ ଅଧିକାରୀ ଡ. ପି. କେ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

one + 5 =