ଆକ୍ସନ ମୁଡକୁ ଆସୁଛି ବିଜେପି ! ଆକ୍ରମଣାତ୍ମକ ଢଙ୍ଗରେ ବିଜେପି ଯୁବମୋର୍ଚ୍ଚାର ବିଜେଡିକୁ ୨୨ ପ୍ରଶ୍ନ

0 106

ଭୁବନେଶ୍ୱର,୩/୯- ବିଜେଡି ବିଜେପି ମଧ୍ୟରେ ସଲାସୁତୁରା ସଂପର୍କ ରହିଥିବା ନେଇ ଯେଉଁ ଚର୍ଚ୍ଚା ରହିଛି ଆଜିର ବିଜେପି ଯୁବମୋର୍ଚ୍ଚାର ସାମ୍ବାଦିକ ସମ୍ମିଳନୀ ଏକ ଭିନ୍ନ ଦିଗକୁ ଇସାରା କରୁଛି । ସତରେ କ’ଣ ଓଡିଶା ବିଜେପି ପୂର୍ବପରି ଆକ୍ସନ ମୁଡକୁ ଫେରୁଛି ଓ ଶାସକ ବିଜେଡି ଦଳ ସହ ଲଢିବାପାଇଁ ପ୍ରସ୍ତୁତ ହେଉଛି । ଯୁବମୋର୍ଚ୍ଚା ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ୨୨ ଗୋଟି ପ୍ରଶ୍ନ କରି ବିଜେଡିକୁ ଭର୍ତ୍ସନା କରିଛି । ସେପଟେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଆସନ୍ତାକାଲି ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ପୁରସ୍କାର ଗ୍ରହଣ କରିବାକୁ ଦିଲ୍ଲୀ ଯାତ୍ରା କରିଥିବାବେଳେ ଏପଟେ ୨୨ ବର୍ଷର ବିଫଳତାକୁ ନେଇ ରାଜ୍ୟ କାର୍ଯ୍ୟାଳୟରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ୨୨ ଗୋଟି ପ୍ରଶ୍ନ ଉଠାଇଛନ୍ତି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ୍‌ ଆଚାର୍ଯ୍ୟ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ୧୦୦୦ କୋଟିର ମହାଦୁର୍ନୀତି କରିଥିବାବେଳେ ପାଇପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳଯୋଗାଣ, ଜାଗା ମିଶନ, ସୀମାବର୍ତ୍ତୀ ଅଞ୍ଚଳକୁ ସୁରକ୍ଷା, ବନ୍ୟା ପରିଚାଳନାରେ ଅବ୍ୟବସ୍ଥା , ଓବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଭଳି ସବୁକ୍ଷେତ୍ରରେ ଓଡ଼ିଶା ସରକାର ଫେଲ୍‌ ମାରିଥିବା ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ସେ ମହିଳା ଓ ଶିଶୁ ସୁରକ୍ଷା କଥା ହେଉ, ଅନବରତ ବିଦ୍ୟୁତ ଯୋଗାଣ ହେଉ , ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରି ସ୍ଥାନୀୟ ନିଯୁକ୍ତି ହେଉ , ମନରେଗା ଯୋଜନା ହେଉ , ବନ୍ୟ ପ୍ରାଣୀ ସୁରକ୍ଷା କଥା ହେଉ , ଆଦିବାସୀଙ୍କୁ ଲଘୁ ବନଜାତ ଦ୍ରବ୍ୟର ଉଚିତ ମୂଲ୍ୟ ଦେବା ହେଉ , ଓଡ଼ିଆ ଭାଷାର ସୁରକ୍ଷା ଏବଂ ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟ ହେଉ , ସେ ଦାରିଦ୍ର୍ୟ ଦୂରୀକରଣ ହେଉ ଅବା ସ୍ୱାସ୍ଥ୍ୟସେବାର କଥାହେଉ ଆଜି ସବୁ କ୍ଷେତ୍ରରେ ଓଡ଼ିଶା ପଛରେ ପଡିଥିବା କଥା ଉଠାଇଛନ୍ତି ।

hiring

ସେହିଭଳି ପିସି କାରବାରରେ ବଡ଼ବଡିଆଙ୍କୁ ଧରାଯାଉନାହିଁ କାହିଁକି, ଡି.ଏମ୍‌.ଏଫ୍‌.ଫଣ୍ଡର ବିନା ଟେଣ୍ଡରରେ ବ୍ୟାପକ ଦୁରୁପଯୋଗ କାହିଁକି ଏବଂ ମେକ୍‌ ଇନ୍‌ ଓଡ଼ିଶାର ବିଫଳତାର କାରଣ କ’ଣ ବୋଲି ପ୍ରଶ୍ନ ଘେରରେ ୨୨ ବର୍ଷର ବିଜେଡି ସରକାରକୁ ସମାଲୋଚନା କରିଛନ୍ତି ଶ୍ରୀ ଆଚାର୍ଯ୍ୟ । ଚଳିତ ସପ୍ତାହରେ ନୂତନଭାବେ ରାଜ୍ୟ ବିଜେପି ପ୍ରଭାରୀ ଦାୟିତ୍ୱରେ ଥିବା ସୁନିଲ ବଂଶଲ ଏବଂ ମାସର ଶେଷ ସପ୍ତାହ ବେଳକୁ କେନ୍ଦ୍ରୀୟ ସଭାପତି ଜେ.ପି ନଡ୍ଡା ଆସୁଥିବାବେଳେ ତା ପୂର୍ବରୁ ବିଜେପି ବିଜେଡ଼ି ସରକାରକୁ ଘେରିବା ଆରମ୍ଭ କରିଦେଇଛି । ବିଜେଡି ମୁଖପାତ୍ର ଲେଲିନ୍‌ ମହାନ୍ତି ଏହା ବିଜେପିର ଭିତ୍ତିହୀନ ପ୍ରଶ୍ନ ଓ ମିଛ ଆରୋପ ବୋଲି କହିଛନ୍ତି । ୨୦୨୪ ନିର୍ବାଚନ ବିଜେପି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ବିଜେପି ସେଥିପ୍ରତି ଏବେଠୁ ତତ୍ପର ହେଉଥିବା ଏହି ସାମ୍ବାଦିକ ସମ୍ମିଳନୀରୁ ଅନୁମାନ ହେଉଛି ।

hiranchal ad1
Leave A Reply

Your email address will not be published.

4 × four =