ରାଜ୍ୟ ପ୍ରାଥମିକ ଶିକ୍ଷକ(ଏକ୍ସକ୍ୟାଡ଼ର) ମହାସଂଘର ବୈଠକ

0 547

ଭୁବନେଶ୍ୱର,୧୬/୮- ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡ଼ର) ମହାସଂଘ ଓଡିଶାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭୁବନେଶ୍ୱରସ୍ଥିତ ହୋଟେଲ ଏକାମ୍ବ୍ରରେ ରାଜ୍ୟ ସଭାପତି ଶରତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ରାଜ୍ୟ ମହାସଚିବ ହାନେସ ପାତ୍ରବାଗ ଏଜେଣ୍ଡା ଅନୁସାରେ ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଏଥିରେ ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ଖମାରୀ ଆଜିପର୍ଯ୍ୟନ୍ତ କୋରନା ମହାମାରୀ ମଧ୍ୟରେ ବି ମହାସଙ୍ଘର କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ବର୍ତ୍ତମାନ ଅନେକ ସମସ୍ୟା ମଧ୍ୟ ଦେଇ ଗତିକରୁଥିବା ଆଲୋଚନା ହୋଇଥିଲା । ଏଥିରେ ଏନପିଏସ କଟିବା ସହ ପ୍ରତିମାସ ଦରମା କିପରି ମିଳିବ ଓ ନିୟମିତ ହେବାରୁ ବଞ୍ଚିତ ଥିବା ଗଣଶିକ୍ଷକ କିପରି ନିୟମିତ ହେବେ, ୬ ମାସର ବକେୟା ଦରମା ମଧ୍ୟ କିପରି ବଂଚିତ ଶିକ୍ଷକ/ଶିକ୍ଷିକା ପାଇବେ ସେ ସମ୍ପର୍କରେ ଆଲୋଚନା ହେବାସହ ମୃତ ଏକ୍ସକ୍ୟାଡ଼ର ଶିକ୍ଷକ ପରିବାରରୁ ଜଣକୁ ଚାକିରୀ ସହ ମୃତ୍ୟୁକାଳୀନ ଆର୍ଥିକ ସହାୟତା ଦେବାକୁ ସରକାରୀ ସ୍ତରରେ କିପରି ଶୀଘ୍ର କାର୍ଯ୍ୟକାରୀ ହେବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ସମସ୍ୟା ସମାଧାନ ଶୀଘ୍ର ନହେଲେ ଆଗାମୀ ଦିନରେ ମହାସଂଘ ଦୃଢ଼ ପଦକ୍ଷେପ ନେବ ବୋଲି ମହାସଂଘର ଗଣମାଧ୍ୟମ ସଂଯୋଜକ ରଂଜୁ ଅମାତ ପ୍ରେସ ବିବୃତିରେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମହାସଂଘର ଉପସଭାପତି ବିଶ୍ୱରଂଜନ ଦାସ, ଗଙ୍ଗା ନାରାୟଣ ପାଢ଼ୀ, ସୁଦର୍ଶନ ବରାଳ, ରାଜୀବ ଲୋଚନ ପ୍ରଧାନ, ରାଜ କିଶୋର ପ୍ରଧାନ, ଦିଲ୍ଲୀପ ପରିଡା, ଶୁଭେନ୍ଦୁ ଲେଙ୍କା, ଜିତେନ ପାଣି, ଅମୂଲ୍ୟ ନାଏକ ପ୍ରମୁଖ ରାଜ୍ୟ କାର୍ଯ୍ୟକର୍ତ୍ତା ଓ ୩୦ ଟି ଜିଲାର ସଭାପତି ସଂପାଦକ ଯୋଗଦେଇ ୨୨୫୧୨ ଜଣ ନିୟମିତ ନହେବା ପର୍ଯ୍ୟନ୍ତ ଆଗାମୀ ଦିନରେ ସାରା ଓଡ଼ିଶାରେ ଲଢେଇ ଜାରି ରହିବ ବୋଲି ମହାସଂଘ ପକ୍ଷରୁ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

five − 3 =