ଜୁନ୍‌ ୧୭ ଯାଏଁ ବଢିଲା ଲକ୍‌ ଡାଉନ-୨, ନୂଆପଡା, ଗଜପତି ଓ ସୁନ୍ଦରଗଡରେ କଟକଣା କୋହଳ

0 384

ଭୁବନେଶ୍ୱର,୩୦/୫- ମହାମାରୀ କରୋନା ସଂକ୍ରମଣର ସ୍ଥିତିକୁ ଦେଖି ରାଜ୍ୟସରକାର ଜୁନ୍‌ ପହିଲାରୁ ଜୁନ୍‌ ୧୭ ତାରିଖ ପର୍ଯ୍ୟନ୍ତ ଲକଡାଉନ -୨ ବଢାଇଛନ୍ତି । ଲକ୍‌ ଡାଉନ-୧ରେ ରହିଥିବା ସମସ୍ତ ନିୟମ ଲକଡାଉନ -୨ରେ ରହିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର କହିଥିବାବେଳେ କେବଳ ନୂଆପଡା ଗଜପତି ଓ ସୁନ୍ଦରଗଡ ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଇଥିବାରୁ ଲକ୍‌ ଡାଉନରେ ସାମାନ୍ୟ କୋହଳ କରାଯାଇଛି । ଏହି ୩ ଜିଲ୍ଲାରେ ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ ବଜାର ଖୋଲାରହିବ ମାତ୍ର ଅନ୍ୟ ସମସ୍ତ ଜିଲ୍ଲାରେ ପୂର୍ବଭଳି ସମସ୍ତ କଟକଣା ଲାଗୁହେବ । ସପ୍ତାହନ୍ତ ସଟ୍‌ ଡାଉନ ପୂର୍ବଭଳି ଶନିବାର ଓ ରବିବାର ଜାରି ରହିବ ବୋଲି ସରକାର ଘୋଷଣା କରିଛନ୍ତି ।

hiranchal ad1
Leave A Reply

Your email address will not be published.

four × three =