ଟି-୨୦ ବିଶ୍ୱକପ୍ ନେଇ ଅବିଳମ୍ବେ ନିଷ୍ପତ୍ତି ନିଆଯାଉ : ବିସିସିଆଇ

0 78

ମୁମ୍ବାଇ : କରୋନା ଭାଇରସ ସଂକ୍ରମଣ ଯୋଗୁଁ ଟି-୨୦ ବିଶ୍ୱକପ୍ ହେବାନେଇ ଅନିଶ୍ଚିତତା ଲାଗିରହିଛି । ଏହାକୁ ନେଇ ବିସିସିଆଇ ବ୍ୟସ୍ତ ଓ କ୍ଷୁବ୍ଧ ହୋଇଛି । କାରଣ ଆଇସିସି ନିଷ୍ପତ୍ତି ନେବାରେ ବିଳମ୍ବ କରୁଛି । ବିଳମ୍ବ ଯୋଗୁଁ ଅଂଶଗ୍ରହଣକାରୀ ଦେଶଗୁଡିକର କ୍ରିକେଟ ବୋର୍ଡଙ୍କ ମୁଣ୍ଡବିନ୍ଧା ମଧ୍ୟ ବଢୁଛି । ଏ ଦୃଷ୍ଟିରୁ ଏହା ଉପରେ ତୁରନ୍ତ ନିଷ୍ପତ୍ତ ନେବା ଲାଗି ବିସିସିଆଇ ଦାବି କରିଛି । ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ନିଷ୍ପତ୍ତି ଗ୍ରହଣରେ ଯେତେ ଅଧିକ ବିଳମ୍ବ ହେବ ସମସ୍ତଙ୍କ ପାଇଁ ସମସ୍ୟା ସେହି ଅନୁସାରେ ବଢିବ । କ୍ରିକେଟ୍ ଅଷ୍ଟ୍ରେଲିଆ ମୁଖ୍ୟ କେଭିନ୍ ରୋବର୍ଟ କହିଛନ୍ତି ଯେ, ଅକ୍ଟୋବର-ନଭେମ୍ବରରେ ଟୁର୍ଣ୍ଣାମେଣ୍ଟ କରିବା ରିସ୍କର ବିଷୟ ହେବ । ଆସନ୍ତା ବୁଧବାର ଦିନ ଏକ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ସେଥିରେ ଆଇସିସି ଏକ ଆପାତ୍ତକାଳୀନ ଯୋଜନା ପ୍ରସ୍ତୁତ କରିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି । ବର୍ତ୍ତମାନ ଅଳ୍ପ ଦିନ ମଧ୍ୟରେ ଆଇସିସି ନିଷ୍ପତ୍ତି ଘୋଷଣା କଲା ଭଳିଆ ଲାଗୁ ନାହିଁ । ଏହାହିଁ ବିସିସିଆଇକୁ ଅଧିକ ଚିନ୍ତିତ କରାଉଛି । ଯଦି ଥରେ ଟୁର୍ନାମେଣ୍ଟ ସଂପୂର୍ଣ୍ଣ ବନ୍ଦ ହୋଇଯାଏ କିମ୍ବା କାର୍ଯ୍ୟସୂଚୀ ଘୋଷଣାରେ ଯଥେଷ୍ଟ ବିଳମ୍ବ ହୁଏ ତା\’ହେଲେ ବୋର୍ଡମାନଙ୍କୁ କ୍ଷତି ମଧ୍ୟ ସହିବାକୁ ପଡିବ । ବିଶେଷକରି ଅଷ୍ଟ୍ରେଲିଆ ସବୁଠୁ ବେଶୀ ଅସୁବିଧାରେ ପଡିବ । ସବୁଦିଗକୁ ବିଚାରକୁ ନେଇ ଆଇସିସି ତୁରନ୍ତ ନିଷ୍ପତ୍ତି ଘୋଷଣା କରୁ ବୋଲି ବିସିସିଆଇ କହିଛି ।

hiranchal ad1
Leave A Reply

Your email address will not be published.

twenty + 19 =