ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଓଡ଼ିଆପାଳି ପଞ୍ଚାୟତ ଅନ୍ତର୍ଗତ ଓଡ଼ିଆପାଳି ଗାଁର ବୃଦ୍ଧା ମହିଳା ସୁରୁ ବନଗୁଲା ଏକ ଅସହାୟ ଓ ବୃଦ୍ଧା ମହିଳା । ତାଙ୍କର ପୁଅ ଦେହାନ୍ତ ହେବା ଓ ପୁତ୍ରବଧୂ ମାନସିକ ରୋଗୀ ହୋଇଥିବାରୁ ସେ ତାଙ୍କ ବାପାଙ୍କ ଘରେ ରହୁଥିବା ବେଳେ ତାଙ୍କ ନିଜ ଘରେ ଆଉ କେହି ନ ଥିବା ଓ ତାଙ୍କ ଦେହ ଠିକ ନ ଥିବା ବେଳେ କିଛି ମାସ ହେବ ମହୁରୁଣ୍ଡି ଗାଁକୁ ଆସି ବସବାସ କରୁଥିଲେ । ୨୨ ତାରିଖ ଶନିବାର ଦିନ ସନ୍ଧ୍ୟାରେ ବୃଦ୍ଧା ମହିଳା ସୁରୁ ବନଗୁଲା ଦେହାନ୍ତ ହୋଇଯାଇଥିବା ଓ ହରିଶ୍ଚନ୍ଦ୍ର ଯୋଜନାରେ ତାଙ୍କ ପରିବାରଙ୍କୁ ସାମିଲ କରାଯାଇ ନ ଥିବା ତାଙ୍କ ଭଣଜା ଗୁରୁବାରୁ ସାହାଣୀ ଓ ସହ ପରିବାର ଅଭିଯୋଗ କରିଛନ୍ତି । ସୂଚନା ମୁତାବକ, ଓଡ଼ିଆପାଳି, ବାଗମୁଣ୍ଡ ଓ ଚଙ୍ଗରିଆ ତିନୋଟି ପଞ୍ଚାୟତର ପି.ଇ.ଓ ଭାବେ ନିଯୁକ୍ତି ପାଇଛନ୍ତି ହେଲେ ପଞ୍ଚାୟତରେ ପି.ଇ.ଓ ବାବୁଙ୍କ ଦେଖା ଦର୍ଶନ ମିଳୁନାହିଁ । ସେହି ସମସ୍ୟା ପଚାରି ବୁଝି ପାଇଁ ଓଡ଼ିଆପାଳିକୁ ଯାଇ ସେଠାରେ ଓଡ଼ିଆପାଳି ପି.ଇ.ଓଙ୍କୁ କଲ ମଧ୍ୟରେ ଯୋଗାଯୋଗ କରି ଥିଲେ ମଧ୍ୟ କଲ ଗ୍ରହଣ କଲ ଗ୍ରହଣ କରି ନ ଥିଲେ ଓ ଖପ୍ରାଖୋଲ ବିଡ଼ିଓଙ୍କୁ ପଚାରିବାରୁ ସେ ପି.ଇ.ଓଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି । ଏଥିପ୍ରତି ଉଚ୍ଚ଼ ଅଧିକାରୀ ଦୃଷ୍ଟି ଦେଇ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଓ ଦେହାନ୍ତ ସୁରୁଙ୍କ ପରିବାର ଲୋକଙ୍କୁ ସହାୟତା ପ୍ରଦାନ କରିବାକୁ ଜନସାଧାରଣରେ ଦାବି କରିଛନ୍ତି ।