ଭବାନୀପାଟଣା ଠାରେ ତୃତୀୟ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

0 63

ଭବାନୀପାଟଣା,୧୦/୨: ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓଙ୍କ ଅଧ୍ୟକ୍ଷତାରେ ତୃତୀୟ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଧର୍ମଗଡ ବିଧାୟକ ଶ୍ରୀ ମୌଷଧି ବାଗ , ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରି, ଜିଲ୍ଲପାଳ ପି ଅନ୍ୱେଷା ରେଡ୍ଡୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ । ଶ୍ରୀମତୀ ସୁଧୀରା ମେହେର, ସଦର ବିଧାୟକ ପ୍ରତିନିଧି ଶ୍ରୀ ମନୋଜ ସାହୁ ଏବଂ ଜୁନାଗଡ଼ ବିଧାୟକ ପ୍ରତିନିଧି ଦିନେଶ ବଗର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ଅତିରିକ୍ତ ନିର୍ବାହୀ ଅଧକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୁଆନ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଜିଲ୍ଳା ପରିଷଦ ଅଧ୍ୟକ୍ଷ ଶ୍ରୀ ସିଂହଦେଓ ଜିଲ୍ଲାର ଉନ୍ନତି ସକାଶେ ଓ ବିଭିନ୍ନ ଆଞ୍ଚଳିକ ସମସ୍ୟାର ସମାଧାନ ନିମନ୍ତେ ବୈଠକରେ ଶାନ୍ତିପୂର୍ଣ୍ଣ ଆଲୋଚନା ଓ ଗଠନମୂଳକ ସହାୟତା କରିବାକୁ ତଥା ବିଭାଗୀୟ ଅଧିକାରୀମାନଙ୍କୁ ନିଜ ଦାୟିତ୍ୱ ସଠିକ୍‌ ଭାବେ ନିର୍ବାହ ସହ ସମସ୍ୟାର ସମାଧାନ ନିମନ୍ତେ ତୁରନ୍ତ ପଦକ୍ଷେପ ପାଇଁ ଅନୁରୋଧ କରିଥିଲେ । ସଭାପତିଙ୍କ ଅଧ୍ୟକ୍ଷତାରେ ଦିବଙ୍ଗତ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ କିଶୋର ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ୧. ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ବୈଠକରେ ଡି.ଡି, ଡି.ପି.ଏମ୍‌.ୟୁ ଶ୍ରୀକାନ୍ତ ଦଳେଇ ଏଜେଣ୍ଡା ଅନୁଯାୟୀ ଗତ ୨୫.୦୮.୨୦୨୨ ରେ ଅନୁଷ୍ଠିତ ହୋଇଥିବା ଅନୁପାଳନ ବିବରଣୀ ପାଠ କରିଥିଲେ ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅଧ୍ୟକ୍ଷା ଉପସ୍ଥାପନ କରିଥିବା ବିଭିନ୍ନ ପ୍ରଶ୍ନ ଉପରେ ବିଭାଗୀୟ ଅଧିକାରୀ ଉତ୍ତରକୁ ପାଠ କରିଥିଲେ । ଜିଲ୍ଳା ପରିଷଦ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗ ଯଥା ଜଳ ଯୋଗାଣ, ସ୍ୱାସ୍ଥ୍ୟ, କୃଷି, ବିଦ୍ୟୁତ୍‌, ଶିକ୍ଷା, ଗ୍ରାମ୍ୟ ଉନ୍ନୟନ, ଉଠା ଜଳସେଚନ ଉପରେ ସମୀକ୍ଷା ହୋଇଥିଲା । ଜିଲ୍ଳା ପରିଷଦ ସଭ୍ୟ ଓ ବ୍ଲକଅଧ୍ୟକ୍ଷ ନିଜ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ଉପସ୍ଥାପନ କରି ବିଭାଗୀୟ ଅଧିକାରୀଙ୍କ ଠାରୁ ଉତ୍ତର ଓ ସମାଧାନ ସକାଶେ କାର୍ଯ୍ୟାନୁଷ୍ଠ ।ନ ଗ୍ରହଣ କରିବାକୁ କହିଥିଲେ । ଜନ ଯୋଗାଣ ବିଭାଗ ତରଫରୁ ସୂଚନା ଯେ ୨୦୨୨-୨୩ ଖରିଫ ଋତୁରେ ୨.୨.୨୦୨୩ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ୫୫ ଲକ୍ଷ ୧୪ ହଜାର ୧୦୩ କ୍ୱିଣ୍ଟାଲ ଧାନ ଥିବା ବେଳେ ୫୦ ଲକ୍ଷ ୯୫ ହଜାର ୨୯୪ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି ଯାହାକି ୯୨% ପ୍ରତିଶତ ଅଟେ । ମୋଟ ୯୪ ଜଣ ମିଲର୍‌ ଅଂଶଗ୍ରହଣ କରିଥିବା ବେଳେ ୭୪ ଟି ପାକ୍ସ୍‌, ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ୩୩ଟି, ୨୧୩ଟି ଧାନ ସଂଗ୍ରହ କେନ୍ଦ୍ର ସ୍ଥାପନ ହୋଇଥିଲା । ୯୮,୩୩୩ ଚାଷୀ ପଞ୍ଜିକୃତ ଥିବାବେଳେ ଫେବୃଆରୀ ୨ ତାରିଖ ସୁଦ୍ଧା ୯୦,୨୩୪ ଜଣ ଚାଷୀ ଧାନ ବିକ୍ରୟ କରିଛନ୍ତି । ଚଳିତବର୍ଷ ଖରିଫଋତୁରେ ଧାନ ସଂଗ୍ରହ ଅତ୍ୟନ୍ତ ଶୃଙ୍ଖଳା ଏବଂ ଉତ୍ସାହଜନକ ସହ ସମାପନ ହୋଇଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କୁ ଉପସ୍ଥିତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ସାମୁହିକ ଭାବେ ଧନ୍ୟବାଦ ଦେଇଥିଲେ । ସେହିଭଳି ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ ୪୦୪ ଡାକ୍ତର ଆବଶ୍ୟକ ଥିବା ସତ୍ତେ୍ୱ ୧୬୬ ଟି ପୂରଣ ହେଇଛି ଏବଂ ୨୩୮ ଟି ଖାଲି ପଡ଼ିଛି । ଆୟୁଷ ଡାକ୍ତର ୫୫ ଟି ଆବଶ୍ୟକ ସତ୍ତେ୍ୱ ୨୬ ଟି ପୂରଣ ଓ ୨୯ ଟି ଖାଲି ପଡ଼ିଛି । ଷ୍ଟାଫ୍‌ ନର୍ସ ୨୫୩ ରୁ ୧୬୦ଟି ପୂରଣ ହେଇଛି । ବିଶେଷଜ୍ଞ ୧୦୭ ରୁ ୩୭ ଟି ପୂରଣ ଓ ୭୦ ଟି ଖାଲି ପଡ଼ିଛି । ଜିଲ୍ଳାରେ ୧୦୮ ଆମ୍ବୁଲାନ୍ସ ୨୧ ଟି ଏବଂ ୧୦୨ ଆମ୍ବୁଲାନ୍ସରୁ ୧୭ ଟି ରହିଛି । ବର୍ତ୍ତମାନ ଭବାନୀପାଟଣା ସହରାଞ୍ଚଳ ପି ଏଚ ସିକୁ ଛାଡିଦେଲେ କେସିଙ୍ଗା ଓ ଜୁନାଗଡ଼ରେ ସହରାଞ୍ଚଳ ପି.ଏଚ୍‌.ସିର ସ୍ଥାପନ ପାଇଁ କାମ ଆରମ୍ଭ ହୋଇଛି । ସେହିଭଳି ବାଇକ ଆମ୍ବୁଲାନ୍ସରେ ଥୁଆମୁଳ ରାମପୁର, ଲାଞ୍ଜିଗଡ଼ ଓ ଏମ୍‌ ରାମପୁରର ୩୩୩୪ ଜଣ ହିତାଧକାରୀ ଲାଭ ପାଇଛନ୍ତି । ପାନୀୟ ଜଳ ଯୋଗାଣରେ ଆର୍‌ ଡବ୍ଲୁଏସ୍‌ଏସ ଦ୍ୱାରା ୪୧୨ ଟି ଗ୍ରାମରେ ୬ ଟି ମେଗା ପ୍ରୋଜେକ୍ଟ ସହ ୨୭୪ ଟି ଗ୍ରାମରେ ସୋଲାର ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯିବ । ଡିସେମ୍ବର ୨୪ ସୁଦ୍ଧା ୨୦୬୨ଟି ରାଜସ୍ୱ ଗ୍ରାମରେ ୫୪୬ ଟି ଗ୍ରାମ ପାଇପ ପାନୀୟ ଜଳ ଯୋଗାଣରେ ସମ୍ପୂର୍ଣ୍ଣ ଭାବେ ଅନ୍ତର୍ଭୁକ୍ତ ହୋଇଯିବେ । ପାନୀୟ ଜଳ ଯୋଗାଣରେ ଅଚଳ ନଳକୂପ ମରାମତି ପାଇଁ ୧୫ ଟି ମୋବାଇଲ୍‌ ରିପାୟରିଂ ୟୁନିଟ୍‌ କାର୍ଯ୍ୟକ୍ଷମ ଅଛନ୍ତି । ବ୍ଲକ୍‌ର ବିଭିନ୍ନ ପିଏଚ୍‌ଚସି ରେ ଡାକ୍ତର ଓ ଟେକ୍ନିସିଆନ ଅଭାବରେ ଉତ୍ତରରେ ସିଡ଼ିଏମ୍‌ଓ ବର୍ତ୍ତମାନ ସରକାରଙ୍କ ଦ୍ୱାରା ଖୁବ୍‌ ଶୀଘ୍ର ଡାକ୍ତର ପଦବୀ ପୂରଣ କରାଯିବ ବୋଲି ପ୍ରତଶ୍ରୁତି ଦେଇଥିଲେ । ସେଭଳି ସଭ୍ୟ ଓ ଅଧିକାରୀ ମାନେ ଛତୁଆର ମାନ ଉପରେ ଅସନ୍ତୋଷ ପ୍ରକାଶ କରି ଛତୁଆ ଯୋଗାଣକାରୀଙ୍କୁ ପରିବର୍ତ୍ତନ କରିବାକୁ ଜିଲ୍ଲପାଳଙ୍କୁ ନିବେଦନ କରିଥିଲେ । ଜଳ ଯୋଗାଣର ଅନିୟମିତତା, ବିଦ୍ୟୁତ୍‌ ତାର ଚୋରି, ଗ୍ରୀଷ୍ମଋତୁ ପୂର୍ବରୁ ଅଗ୍ରାଧିକାର ଭିତ୍ତିରେ ନଳକୂପ ମରାମତି, ଓଭରହେଡ ଟ୍ୟ ।ଙ୍କରେ ପାଣି ଯୋଗାଣ, ଗ୍ରାମ୍ୟ ରାସ୍ତା, ୫ଟି ହାଇସ୍କୁଲ କାର୍ଯ୍ୟରେ ଜନପ୍ରତିନିଧିଙ୍କୁ ଅଣଦେଖା, ଶସ୍ୟ ବୀମା ପୈଠ, ଧାନ ମଣ୍ଡି ଖୋଲିବା, ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା, ସ୍ୱାସ୍ଥ୍ୟ କେନ୍ଦ୍ରରେ ଔଷଧ ଅଭାବ, ବିଦ୍ୟୁତକରଣ, ବେଆଇନ ମଦ କୋଠୀ ଉପରେ ଚଢ଼ାଉ ଉପରେ ପଚରା ଯାଉଥିବା ବିଭିନ୍ନ ପ୍ରଶ୍ନର ଉତ୍ତରକୁ ଗୃହରେ ପାଠ କରାଯାଇଥିଲା । ସଭାଟିକୁ ସଫଳ ଆୟୋଜନରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଚିନ୍ତାମଣି ନେଗି, ସୁରେଶ ସାହୁ, ବିମ୍ବାଧର ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଅଧ୍ୟକ୍ଷ ଶ୍ରୀ ସିଂହ ଦେଓ ସମସ୍ତ ସହଯୋଗକୁ ପ୍ରଶଂସା କରି ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

15 − six =