ମହାପ୍ରଭୁଙ୍କ ଦର୍ଶନ କଲେ ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା

0 101

ପୁରୀ: ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଶ୍ରୀ ମନ୍ଦିର ସିଂହ ଦ୍ୱାର ନିକଟରେ ପହଞ୍ଚିବା ପରେ ତାଙ୍କର କୌଳିକ ପଣ୍ଡା ମାଧବ ମହାପାତ୍ର ଖଣ୍ଡୁଆ ଦେଇ ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ପରିବାର ସହ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଥିଲେ । ପ୍ରଥମେ ସେ ପ୍ରଭୁ ପତିତପାବନଙ୍କୁ ମୁଣ୍ଡିଆ ମାରି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ମହାପ୍ରଭୁଙ୍କ ଦର୍ଶନ ପାଇ ସେ ବେଶ୍‌ ଭାବ ବିହ୍ୱଳିତ ହୋଇ ଯାଇଥିଲେ । ପରେ ସେ ଶ୍ରୀ ମନ୍ଦିର ଭିତରେ ଥିବା ବିଭିନ୍ନ ଦେବଦେବୀ ମନ୍ଦିର ଯାଇ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥଲେ । ଶ୍ରୀ ମନ୍ଦିରରୁ ପ୍ରତ୍ୟାବର୍ତ୍ତନ ବେଳେ ସେବାୟତ ମାନେ ତାଙ୍କୁ ମହାପ୍ରଭୁଙ୍କ ଫଟୋ ଦେବା ସହ ମହା ପ୍ରସାଦ ଦେଇଥିଲେ । ମହାପ୍ରଭୁଙ୍କ ଦର୍ଶନ ପାଇ ସେ ଅତ୍ୟନ୍ତ ସୌଭାଗ୍ୟଶାଳୀ ମନେ କରିଥିବା ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା କହିଥିଲେ । କାର୍ତ୍ତିକ ମାସ ପଂଚୁକରେ ମହାପ୍ରଭୁଙ୍କ ଦର୍ଶନ ପାଇ ସେ ଧନ୍ୟ ହୋଇଥିବା କହିଥିଲେ । ତେବେ ସମସ୍ତଙ୍କ କଲ୍ୟାଣ ପାଇଁ ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିବା କହିଥିଲେ । ଆସାମରେ ଏକ ସ୍ୱଚ୍ଛ, ନିର୍ମଳ, ଦୁର୍ନୀତିମୁକ୍ତ ଶାସନ ପାଇଁ ସେ ପଦକ୍ଷେପ ନେଇଥିବା କହିଥିଲେ । ଗତ ତିନି ବର୍ଷ ରେ ୩୫୦ରୁ ଅଧିକ ଅସାଧୁ ଅଫିସରଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନେଇଥିବା ସେ କହିଥିଲେ । ସେପଟେ ମୁଖ୍ୟମନ୍ତ୍ରୀଙ୍କ କୌଳିକ ପଣ୍ଡା ମାଧବ ମହାପାତ୍ର କହିଥିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ପିଲାଟି ଦିନରୁ ପରମ ଜଗନ୍ନାଥ ଭକ୍ତ । ସେ ଛାତ୍ର ଜୀବନରେ ପୁରୀ ଅନେକ ଥର ଆସି ରହିବା ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥାନ୍ତି । ତେବେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପରେ ଥିବା ଆସାମ ଯାତ୍ରୀ ନିବାସ ଉଚ୍ଛେଦ ହୋଇଥିବାରୁ ଏହାକୁ କିଭଳି ଆଉ ଥରେ ନିର୍ମାଣ କରିହେବ ସେ ନେଇ ସେ ଓଡ଼ିଶା ସରକାରଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ ।

hiranchal ad1
Leave A Reply

Your email address will not be published.

four × five =