ବିଜେଡିର ଜିଲ୍ଲା ସଂପାଦକ ଭାବେ ପୂର୍ଣ୍ଣ ମହାପାତ୍ରଙ୍କୁ ଦାୟିତ୍ୱ

0 57

ନବରଙ୍ଗପୁର:-ନବରଙ୍ଗପୁର ସହରର ଜଣେ ବରିଷ୍ଠ ସଂଗଠକ, ସମାଜସେବୀ ତଥା ଆଇନଜୀବୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଜିଲ୍ଲା ବିଜେଡି ସଭାପତି ତଥା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ବିଜୁ ଜନତା ଦଳର ସଂପାଦକ ଭାବେ ମନୋନୀତ କରିଛନ୍ତି । ଶ୍ରୀ ମହାପାତ୍ର ନବରଙ୍ଗପୁର ଜିଲ୍ଲା ଓ ଜିଲ୍ଲା ବାହାରେ ସମାଜସେବା କ୍ଷେତ୍ରରେ ପୂର୍ବରୁ ପୁରସ୍କାରପ୍ରାପ୍ତ କରି ଜିଲ୍ଲାର ନାମକୁ ଗୌରବାନ୍ୱିତ କରିଛନ୍ତି । ଏହା ପୂର୍ବରୁ ବିଜୁ ଜନତା ଦଳରେ ୨୦୦୯ ର ସାଧାରଣ ନିର୍ବାଚନରେ ଡାବୁଗାଁ ବିଧାନସଭା ନିର୍ବାଚନମଣ୍ଡଳୀ ଓ ଝରିଗାଁ ବିଧାନସଭା ନିର୍ବାଚନମଣ୍ଡଳୀର ସହ- ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନିର୍ବାହନ କରିଥିଲେ । ନବରଙ୍ଗପୁର ପୈାରପାଳିକାର ନିର୍ବାଚନ ଅଧିକାରୀ ଭାବେ ମଧ୍ୟ ଦାୟିତ୍ୱ ସୂଚାରୁରୂପେ ତୁଲାଇ ପ୍ରଶଂସାର ପାତ୍ର ହୋଇଥିଲେ । ତେଣୁ ଏହି ନୂତନ ଦାୟିତ୍ୱ ମିଳିବା ପରେ ବିଜୁ ଜନତା ଦଳ ଅଧିକ ସୁଦୃଢ ହୋଇପାରିବ ବୋଲି ଛାତ୍ର, ଯୁବ, ମହିଳା ଓ ଦଳୀୟ ନେତା ଆଶା ରଖିଛନ୍ତି । ଏହି ନୂତନ ନିଯୁକ୍ତି ପାଇବେ ପରେ ଶ୍ରୀ ମହାପାତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟର ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟର ସ୍ୱତନ୍ତ୍ର ବିକାଶ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ, ନବରଙ୍ଗପୁର ଜିଲ୍ଲା ବିଜେଡି ସଭାପତି ତଥା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ଡାବୁଗାଁ ବିଧାୟକ ତଥା ଅଧ୍ୟକ୍ଷ ଜିଲ୍ଲା ଯୋଜନା କମିଟି ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀଙ୍କ ସମେତ ସମସ୍ତ ବିଜେଡି କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ଦଳୀୟ କର୍ମକର୍ତ୍ତା ଓ ଦଳୀୟ କର୍ମୀଙ୍କ ସହ ଉତ୍ତମ ସମନ୍ୱୟ ରକ୍ଷା କରି ଦଳକୁ ଅଧିକ ସୁଦୃଢ କରିବାକୁ ପ୍ରାଥମିକତା ରହିବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

2 − 1 =