ପାଟଣାଗଡ଼ : ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମ ଦିନ ଉପଲକ୍ଷେ ପାଟଣାଗଡ଼ ବିଜୁ ପରିବାର ପକ୍ଷରୁ ବେଲପଡା ନବୀନ ମେହେର ଧର୍ମଶାଳାଠାରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ନେତୃତ୍ୱରେ ଅନୁଷ୍ଠିତ ଉକ୍ତ ରକ୍ତଦାନ ଶିବିରରେ ମୋଟ ୫୭ଜଣ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି ଅବସରରେ ପ୍ରଥମେ ସହରରେ ଏକ ବିଶାଳ ଶୋଭାଯାତ୍ରା କରିବା ସହ ଏକ ସଭାର ଆୟୋଜନ ହୋଇଥିଲା । ଯେଉଁଥିଲେ ବିଧାୟକ ଯୋଗଦେଇ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଚେୟାରମ୍ୟାନ ଟିନା କୁମ୍ଭାର, ବ୍ଲକ ଉପାଧ୍ୟାକ୍ଷ ଦୁର୍ଯ୍ୟୋଧନ କୁମ୍ଭାର, ବରିଷ୍ଠ ବିଜେଡି ନେତା ମଧୁ ଦାସ, ମଣ୍ଡଳ ସରପଞ୍ଚ ସରୋଜ ସେଠ, କୁମୁଦ ମହାକୁଡ଼, ଜଗନ୍ନାଥ ଖମାରି, ରାମ ଗୋପାଳ ନାଏକଙ୍କ ସହ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ ।