ଗୌଡ଼ବନ୍ଧ ବସ୍ତି ଉଚ୍ଛେଦ ଘଟଣାରେ ବିଜେଡ଼ିର ସାମ୍ୱାଦିକ ସମ୍ମିଳନୀ

0 58

ବ୍ରହ୍ମପୁର: ଲାଞ୍ଜିପଲ୍ଲୀ ସ୍ଥିତ ଗୌଡ଼ବନ୍ଧ ବସ୍ତି ଉଚ୍ଛେଦରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେଡ଼ି ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି । ଏନଜିଟି ନିର୍ଦ୍ଦେଶ ପ୍ରକାରେ ହୋଇଥିବା ଉଚ୍ଛେଦରେ ବାସିନ୍ଦାମାନେ ନାନା ଅସୁବିଧାର ସମ୍ମୁଖିନ ହୋଇଛନ୍ତି । କିଛି ବାସିନ୍ଦା ସ୍ୱଇଚ୍ଛାରେ ନିଜର ବ୍ୟବସ୍ଥା କରିଥିବା ବେଳେ ପ୍ରାୟ ୩୦ ଉର୍ଦ୍ଧ୍ୱ ପରିବାର ନିଜ ଦାବିକୁ ନେଇ ଅଡ଼ି ବସିଛନ୍ତି । ଏନେଇ ବ୍ରହ୍ମପୁର ଭବାନଗର ସ୍ଥିତ ବିଜେଡ଼ି ଜିଲ୍ଲା କାର୍ଯ୍ୟାଳୟଠାରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ରଙ୍ଗେଇଲୁଣ୍ଡା ବ୍ଳକ ବିଜେଡି ସଭାପତି ଅଜିତ ଦାଶଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବସ୍ତି ବାସିନ୍ଦାଙ୍କ ପାଇଁ ସୁବ୍ୟବସ୍ଥା କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବୁ ବୋଲି ଅଜିତ କହିଛନ୍ତି । ଏଥିସହ ଉକ୍ତ ସ୍ଥାନରେ ରହିଥିବା ବସ୍ତି ବାସିନ୍ଦାଙ୍କ ରାତ୍ରଯାପନ ପାଇଁ ବ୍ୟବସ୍ଥା କରାଯିବା ସହ ସ୍ଥାନୀୟ ବିଜେଡ଼ି କର୍ପୋରେଟର ପ୍ରାର୍ଥୀ ସସ୍ମିତା ପାତ୍ର ଏବଂ ଯୁବ ନେତା ଅଜିତ ପାତ୍ରଙ୍କ ତତ୍ତ୍ୱାବଧାନରେ ଚାଉଳ, ଡାଲି, ପନିପରିବା ଦିଆଯାଇଥିବା ବିଜେଡି ପକ୍ଷରୁ କୁହାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ମନୋଜ ମହାପାତ୍ର,ମହାନଗର ସମ୍ପାଦକ ପ୍ରଦୀପ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

10 − 8 =