ବୌଦ୍ଧ ଏନଏସି ନିର୍ବାଚନ : ଚର୍ଚ୍ଚାରେ ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ, ବଢୁଛି ଜନ ସମର୍ଥନ

0 1,154

ବୌଦ୍ଧ : ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ଅଧ୍ୟକ୍ଷ ଏବଂ ୧୭ଟି ୱାଡର଼୍ର କାଉନସିଲର ପଦ ପାଇଁ ଭୋଟ ସମୟ ପାଖେଇ ଆସୁଥିବା ବେଳେ ପ୍ରଚାର ବେଶ୍‌ ଜମୁଛି । ବିଭିନ୍ନ ନାରାରେ ସହର କମ୍ପୁଛି । ବିଭିନ୍ନ ଦଳର ପ୍ରାର୍ଥୀ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ବେଶ୍‌ ଅଭିନବ ଶୈଳୀରେ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି । ଏନଏସି ଅଧ୍ୟକ୍ଷ ପଦ ପାଇଁ ବିଜେପି ବୌଦ୍ଧ ସହରର ସୁନାମଧନ୍ୟ ସଂଗଠକ,ବରିଷ୍ଠ ସାମ୍ବାଦିକ,ପୂର୍ବତନ କାଉନସିଲର,କ୍ରୀଡ଼ା ପ୍ରଶାସକ ଓ ସମାଜସେବୀ ଯୁଗଳ କିଶୋର ସାମଲଙ୍କ ଭଳି ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିଛି । ଶ୍ରୀ ସାମଲ ପୂର୍ବରୁ ୯ ନମ୍ବର ୱାଡର଼୍ର କାଉନସିଲର ଥିଲେ । ତାଙ୍କ ସମୟରେ ବୌଦ୍ଧ ସହରରେ ବହୁ ଉନ୍ନୟନମୂଳକ କାର୍ଯ୍ୟ ସାଧିତ ହୋଇଛି,ଯେଉଁଥି ପାଇଁ ସେ ଘରେ ଘରେ ପରିଚିତ । ସେ କାଉନସିଲର ଥିବା ସମୟରେ ବୌଦ୍ଧ-ମହାନଦୀ ବିହାର ପାର୍କ,ବୌଦ୍ଧ ହନୁମାନ ମନ୍ଦିରକୁ ବ୍ରିଜ୍‌ ହେବା ସହ ରାସ୍ତାଘାଟର ଉନ୍ନତିକରଣ ହୋଇପାରିଥିଲା । ଭିତ୍ତିଭୂମିର ଉଲ୍ଲେଖନୀୟ ବିକାଶ ମଧ୍ୟ ହୋଇଥିଲା । ତାଙ୍କର ସେହିସବୁ ପ୍ରଶଂସନୀୟ କାର୍ଯ୍ୟକୁ ଲୋକେ ଆଜି ବି ମନେ ରଖିଛନ୍ତି । ତାହାର ଜ୍ୱଳନ୍ତ ପ୍ରମାଣ ହେଉଛି ପ୍ରଚାର ସମୟରେ ହେଉଥିବା ଅସମ୍ଭବ ଜନଗହଳି । ଶ୍ରୀ ସାମଲ ଜଣେ ଦକ୍ଷ ସଙ୍ଗଠକ । ବୌଦ୍ଧ ସହରର ବହୁ ସଙ୍ଗଠନ ସହ ସେ ଦୀର୍ଘ ବର୍ଷ ଧରି ଜଡ଼ିତ । ସହରରେ ପୁସ୍ତକ ମେଳା ଆୟୋଜନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି ।

ସେ ନିୟମିତଭାବେ ସଫଳତାର ସହ ପୁସ୍ତକ ମେଳା ଅୟୋଜନ କରି କେବଳ ବୌଦ୍ଧ ଜିଲ୍ଲା ନୁହେଁ,ସାରା ଓଡ଼ିଶାରେ ଚର୍ଚ୍ଚାର କେନ୍ଦ୍ର ହୋଇପାରିଛନ୍ତି । ଏହାଛଡ଼ା,ସେ ବୌଦ୍ଧ ଜିଲ୍ଲା ଫୁଟବଲ ସଂଘ,କ୍ରିକେଟ ଆସୋସିଏସନର ସଭାପତିଭାବେ ସଫଳତାର ସହ ଦାୟିତ୍ୱ ତୁଲାଇ ପ୍ରଶଂସିତ ହୋଇଛନ୍ତି । ଜିଲ୍ଲା ସାମ୍ବାଦିକ ସଂଗଠନ ସହ ସଂପୃକ୍ତ ରହି ସାମ୍ବାଦିକମାନଙ୍କର ବହୁବିଧ କଲ୍ୟାଣ ଦିଗରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ସାମ୍ବାଦିକତା କ୍ଷେତ୍ରରେ ଜଣେ ଅଭିଜ୍ଞ ବ୍ୟକ୍ତିତ୍ୱ ସାଙ୍ଗକୁ ସେ “ହୀରାଞ୍ଚଳ’ଦୈନିକ ଖବରକାଗଜର ସଂପାଦକ ମଧ୍ୟ ଅଛନ୍ତି । ଏହିସବୁ ଦୃଷ୍ଟିରୁ ଏନଏସି ଅଧ୍ୟକ୍ଷ ପଦ ପାଇଁ ଶ୍ରୀ ସାମଲ ଜଣେ ଯୋଗ୍ୟ ବ୍ୟକ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

hiring

ବିଜେପି ପ୍ରାର୍ଥୀ ଶ୍ରୀ ସାମଲ ଯେଭଳି ଢଙ୍ଗରେ ପ୍ରଚାର କରୁଛନ୍ତି,ତାହା ଲୋକଙ୍କୁ ବେଶ୍‌ ଆକର୍ଷିତ କରୁଥିବା ଦେଖିବାକୁ ମିଳୁଛି । ତାଙ୍କର ପ୍ରଚାର ଶୈଳୀ, ଅମାୟିକ ବ୍ୟବହାର,ଲୋକଙ୍କ ସହ ମିଶି କାମ କରିବାର ଆଗ୍ରହ ଓ ଇଚ୍ଛାଶକ୍ତି ତାଙ୍କର ସ୍ଥିତିକୁ ବେଶ୍‌ ମଜଭୁତ କରିଛି । ଏହାଛଡ଼ା,ନିକଟରେ ଶେଷ ହୋଇଥିବା ୪ଟି ରାଜ୍ୟ,ବିଶେଷକରି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜପେିକୁ ମିଳିଥିବା ଅଭୂତପୂର୍ବ ସଫଳତାର ପ୍ରଭାବ ଏହି ନିର୍ବାଚନରେ ପଡ଼ିବ ବୋଲି ଆକଳନ କରାଯାଉଛି । ଏହି ଆଶ୍ଚର୍ଯ୍ୟଜନକ ନିର୍ବାଚନୀ ସଫଳତା ଦୃଷ୍ଟିରୁ ବୌଦ୍ଧ ଏନଏସି ନିର୍ବାଚନରେ ହାୱା ବିଜେପି ସପକ୍ଷରେ ରହିଛି ବୋଲି ଚର୍ଚ୍ଚା ହେଉଛି । ଶ୍ରୀ ସାମଲଙ୍କର ପୂର୍ବ ଅଭିଜ୍ଞତା,ସାମାଜିକ କାର୍ଯ୍ୟକଳାପ,ବ୍ୟାପକ ଲୋକସଂପର୍କ ଏବଂ ୪ଟି ବିଧାନସଭା ନିର୍ବାଚନରେ ବିଜେପିର ଅଭୂତପୂର୍ବ ସଫଳତାର ହାୱା ବିଜେପି ତଥା ଶ୍ରୀ ସାମଲଙ୍କୁ ଏନଏସି ଅଧ୍ୟକ୍ଷ ପଦ ନିର୍ବାଚନରେ ବହୁ ସଂଖ୍ୟକ ଭୋଟରେ ବିଜୟୀ କରାଇବ ବୋଲି ଚର୍ଚ୍ଚା ହେଉଛି ।

hiranchal ad1
Leave A Reply

Your email address will not be published.

four × 4 =