ରତ୍ନ ଭଣ୍ଡାର ଚାବି, ଆୟୁଷ୍ମାନ ଭାରତକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

0 223

ବାଲିଗୁଡ଼ା:ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିନିକିଆ କନ୍ଧମାଳ ଗସ୍ତ ଆଜି କରିଥିଲେ । ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ତୁମୁଡ଼ିବନ୍ଧ ମିନି ଷ୍ଟାଡିୟମରେ ଦିନ ୩ଟା ସମୟରେ ହେଲିକପ୍ଟର ଯୋଗେ ପହଁଚି ପ୍ରଥମେ ଏକ ସାଧାରଣ ସଭାରେ ଯୋଗଦେଇ ଉଦବୋଧନ ଦେଇଥିଲେ ।
୨୦୨୪ରୁ ୨୦୪୭ ପର୍ଯ୍ୟନ୍ତ, ଆଗାମୀ ୨୦ରୁ ୨୫ବର୍ଷ ଭିତରେ ଭାରତକୁ ମଜବୁତ କରିବାକୁ ପଡିବ । ନରେନ୍ଦ୍ର ମୋଦୀଙ୍କ ହାତ ମୁଠାକୁ ମଜବୁତ କରିବାକୁ ପଡ଼ିବ । ଜେ. ପି. ନଡ୍ଡା ୨୦୨୪ ଅଶ୍ୱମେଧ ଯଜ୍ଞ ପାଇଁ ତୁମୁଡିବନ୍ଧକୁ ବାଛିଛନ୍ତି । ବିଜେଡି ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ କହିଲେ ଓଡିଶାର ସ୍ୱାଭିମାନ ପାଇଁ କାମ କରୁଛୁ । ଏହାର ଜବାବରେ ଏତିକି କହିପାରିବି ଯେ ଆପଣଙ୍କ ଘରର ଝିଅ, ମୟୁରଭଞ୍ଜ ଆଦିବାସୀ ଅଞ୍ଚଳର ଝିଅ ଦିଲ୍ଲୀର ରାଷ୍ଟ୍ରପତି ଭବନରେ ବସିଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଆଖିରେ କେହି ଅନ୍ଧ ପୁଟୁଳି ବାନ୍ଧିଲେ ଆଉ ସେ ଧୃତରାଷ୍ଟ୍ର ହେଲେ କିଛି କୁହାଯାଇ ପାରିବ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସେପଟେ ରତ୍ନ ଭଣ୍ଡାର ସୁରକ୍ଷା କାମ କାହିଁକି କରୁନାହାନ୍ତି ରାଜ୍ୟ ସରକାର । ଭଣ୍ଡାର ଚାବି କୁଆଡେ ଗଲା ? ଅସଲି ଚାବି କୁଆଡେ ଗଲା ? ନବୀନ ସରକାର କହିଥିଲେ ଓଡିଆ ବିଶ୍ୱ ବିଦ୍ୟାଳୟ ହେବ । ୫ ବର୍ଷ ବିତି ଗଲାଣି, ଓଡିଆ ବିଶ୍ୱ ବିଦ୍ୟାଳୟ କୁଆଡେ ଗଲା ? ନବୀନ ବାବୁଙ୍କ ପ୍ରତିଶୃତି କୁଆଡେ ଗଲା ? ନୟାଗଡ଼ ଚିନି କଳ ଖୋଲିବେ କହିଥିଲେ । କୁଆଡେ ଗଲା ? ଆଖୁ ଚାଷୀ ତାଙ୍କ ପଇସା ପାଇନାହାନ୍ତି । ସରକାର ଶୋଇଛନ୍ତି । ସରକାର କିଏ ଚଳାଉଛି ଜଣାନାହିଁ । ମହିଳା ନିର୍ଯାତନା ଦୁଇ ଗୁଣ ହୋଇଯାଇଛି । ମହିଳା ଚାଲାଣ ବଢ଼ି ଚାଲିଛି । ଆଦିବାସୀ ସମ୍ପ୍ରଦାୟରେ ଓଡିଶାରେ ସବୁଠୁ ଅଧିକ ଉତ୍ପିଡନ ହେଉଛି । ପୋଲିସ ଉପରେ ମଧ୍ୟ ସବୁଠୁ ଅଧିକ ଆକ୍ରମଣ ହେଉଛି । ରକ୍ଷକ ନିଜ ସୁରକ୍ଷା କରି ପାରୁନାହିଁ । ଏଭଳି ସରକାର ରହିବା ଦରକାର କି ? ବୋଲି ପ୍ରଶ୍ନ କରିଛନ୍ତି ନଡ୍ଡା ।

hiring


ମୁଁ ପୁଣି ଆସିଲେ ଲୋକସଭା ଓ ବିଧାନସଭାରେ ପଦ୍ମ ଫୁଟିବା ଦରକାର । ଗାଁ ଗାଁ, ବସ୍ତି ବସ୍ତି ବାର୍ତ୍ତା ପହଁଚିବା ଦରକାର ବୋଲି କର୍ମୀଙ୍କୁ ଆହ୍ୱାନ କଲେ ନଡ୍ଡା ।
ଆୟୁଷ୍ମାନ ଭାରତ ଯୋଜନା ଓଡିଶାରେ ଲାଗୁ ହୋଇପାରୁନାହିଁ । ନବୀନ ବାବୁ ଏବଂ ବିଜେଡି ଓଡିଶାର ୬୦ ଲକ୍ଷର ଜନସଂଖ୍ୟାଙ୍କ ଆଗରେ ବାଧକ ହୋଇ ଛିଡା ହୋଇଛନ୍ତି । ଏଭଳି ସରକାର ରହିବା ଉଚିତ କି ବୋଲି ପ୍ରଶ୍ନ କରିଥିଲେ ନଡ୍ଡା । ସମସ୍ତେ ଜାଣି ରଖିବା ଦରକାର ଆଗକୁ ନିର୍ବାଚନ ଆସିବ, ଆପଣଙ୍କ ଅଙ୍ଗୁଳି ପଦ୍ମ ଫୁଲ ଚିହ୍ନରେ ଥିବ । ଆଉ ଆୟୁଷ୍ମାନ ଭାରତ ଯୋଜନା ଓଡିଶାରେ ଲାଗୁ ହେବ ବୋଲି କହିଛନ୍ତି ନଡ୍ଡା । ଏହାପରେ ଜଲେଶପଟ୍ଟା ସ୍ଥିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଆଶ୍ରମ ପରିଦର୍ଶନ କରିବାସହ ସଂସ୍କୃତ ଆଶ୍ରମର ନବ ନିର୍ମିତ ଛାତ୍ରୀ ନିବାସର ଶୁଭ ଉଦଘାଟନ କରି ଫେରିଛନ୍ତି ନଡ୍ଡା ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ଏହି ଅବସରରେ ରାଜ୍ୟ ନେତୃବୃନ୍ଦଙ୍କ ସମେତ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀର ୧୦ ହଜାରରୁ ଉର୍ଦ୍ଧ୍ୱ ନେତା ଓ କର୍ମୀଙ୍କ ସମାଗମ ହୋଇଥିଲା । ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

one × five =