ଭୁବନେଶ୍ୱର: ବିଜେପି ଯୁବମୋର୍ଚ୍ଚାର ସାଂଗଠନିକ ଓ ରାଜନୈତିକ କାର୍ଯ୍ୟକଳାପକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏବଂ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି ଓ ଯୁବମୋର୍ଚ୍ଚା ରାଜ୍ୟ ପ୍ରଭାରୀ ତଥା ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ରଙ୍କ ଅନୁମୋଦନକ୍ରମେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ ରାଜ୍ୟ କମିଟିରେ ନୂତନ ଦାୟୀତ୍ୱ ପ୍ରଦାନ କରିଛନ୍ତି ।
ଯୁବମୋର୍ଚ୍ଚା ପରିବେଶ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ଭାବେ କ୍ରିଷ୍ନା ମୁରାରୀ ସିଂହ; ସାମାଜିକ ଗଣମାଧ୍ୟମ ରାଜ୍ୟ ସହ-ସଂଯୋଜକ ଭାବେ ଅଶ୍ୱିନୀ ସାହୁ, କୃଷ୍ଣଚନ୍ଦ୍ର ଓଝା, ରବିନ୍ଦ୍ର ପୁହାଣ ଓ ଶୋଲ୍କ ଶର୍ଣ୍ଣା; ରାଜ୍ୟ ଗଣମାଧ୍ୟମ ସହ-ସଂଯୋଜକ ଭାବେ ଅଭିଜିତ୍ ମିଶ୍ର, ପ୍ରିୟଦର୍ଶୀନି ଅର୍ଚ୍ଚନା ବାଗ୍ ଓ ବିକାଶ ପାଢୀଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ।
ସେହିପରି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଅଂଜନ ପାଣି, ମାନସ ରଂଜନ ଦାସ, ସୁଧୀର କୁମାର ମଲ୍ଲିକ, ଲଲିତ କୁମାର ବେହେରା; ସ୍ୱତନ୍ତ୍ର ମିନନ୍ତ୍ରିତ ସଦସ୍ୟ ଭାବେ ମିଲନ ମୁଖୀ, ଗୋକୁଳାନନ୍ଦ ବେହେରା, ଉତମ ବିଶ୍ୱାଳ, ମହେଶ ରାୟ, ଆଦର୍ଶ ଜେନା, ସ୍ୱାଧୀନ ମହାନ୍ତି, ହୃଷିକେଶ ଗୋହିର, ସୁଧୀର ଦ୍ୱିବେଦୀ ମନୋନୀତ ହୋଇଛନ୍ତି ।
ବଣାଇ ସାଂଗଠନିକ ଜିଲ୍ଲା ପ୍ରଭାରୀ ଭାବେ ଶିବାନୀ ମାଝୀ ଓ ସହ ପ୍ରଭାରୀ ଭାବେ ଅଂଶୁଲ ପଟେଲ; ନୁଆପଡା ସାଂଗଠନିକ ଜିଲ୍ଲା ପ୍ରଭାରୀ ଭାବେ ନରସିଂହ ସିଂହ; ବାରିପଦା ସାଂଗଠନିକ ଜିଲ୍ଲା ସହ-ପ୍ରଭାରୀ ବାବେ ପ୍ରଫୁଲ୍ଲ ସ୍ୱାଇଁ, କଟକ ସଦର ସହ-ପ୍ରଭାରୀ ଭାବେ ସୁଜିତ ସାହୁ; ଗଂଜାମ ଜିଲ୍ଲା ସହ-ପ୍ରଭାରୀ ପ୍ରତୀକ୍ଷା ଆଚାର୍ଯ୍ୟ ଏବଂ ଘୁମୁସୁର ସାଂଗଠନିକ ଜିଲ୍ଲା ସହ-ପ୍ରଭାରୀ ଭାବେ ସୁବ୍ରତ ବିଶ୍ୱାଳଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ବୋଲି ଶ୍ରୀ ଆଚାର୍ଯ୍ୟ ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post