ବିଜେପି ତରଫରୁ ଧାନ ମଣ୍ଡି ସମ୍ପର୍କରେ ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ

0 50

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳଙ୍କ ନେତୃତ୍ୱରେ ଧାନ ମଣ୍ଡିର ବିଭିନ୍ନ ସମସ୍ୟା ନେଇ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କୁ ପ୍ରଦାନ କରାଯାଇଛି । ଦାବି ଗୁଡିକ ମଧ୍ୟରେ କୃଷକ ପଞ୍ଜିକୃତରେ ଅନିୟମିତତା ଓ ପାତରଅନ୍ତର ବନ୍ଦ କରିବା, ସେଣ୍ଟ୍ରାଲ ଟୋକନ ନାମରେ ସରକାରୀ ପ୍ରାୟୋଜିତ ଭ୍ରଷ୍ଟାଚାର ଓ ଚାଷୀ ମାରଣ ନୀତି ବନ୍ଦ କରିବା, ଚାଷୀ ମୁଣ୍ଡ ପିଛା ୬୦ କ୍ୱିଣ୍ଟାଲ ଧାନ ବିକ୍ରି ସୀମା ବୃଦ୍ଧି କରିବା, କଟନୀ ଛଟନୀ ବନ୍ଦ କରିବା,, ଏମ୍‌ଏସପି ପାଇଁ ପ୍ରତି ଜିଲ୍ଲା ତଥା ବ୍ଳକରେ ପ୍ରକୋଷ୍ଠ ଖୋଲା ଯିବା, ଧାନ ସଂଗ୍ରହ ଲିମିଟ ଅଣ ସେଚିତ ଜମିରେ ୨୨ କ୍ୟୁଣ୍ଟାଲ ଏବଂ ଜଳ ସେଚନ ଜମିରେ ୨୮ କ୍ୟୁଣ୍ଟାଲ ପ୍ରତି ଏକର ଘୋଷଣା କରିବା, ବସ୍ତା ଓ ସୁତୁଲୀ ପଇସା ଚାଷୀଙ୍କୁ ଦେବା, ମୁଖ୍ୟମନ୍ତ୍ରୀ ୨୦୧୬ରେ ଘୋଷଣା କରିଥିବା କ୍ୟୁଣ୍ଟାଲ ପିଛା ୧୦୦ ଟଙ୍କା ବୋନସ ତୁରନ୍ତ ଚଳିତ ଧାନ କ୍ରୟ ସମୟରେ ପ୍ରଦାନ କରିବା ଇତ୍ୟାଦି ଦାବି ପତ୍ରରେ ଉଲ୍ଲେଖ ରହିଛି । ଏହି ଦାବିପତ୍ର ପ୍ରଦାନ ସମୟରେ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳ, ଗଜପତି ଜିଲ୍ଲା ବିଜେପି ଉପ ସଭାପତି ଜଗନ୍ନାଥ ମହାପାତ୍ର, କେ ଯୁବ ରାଜ୍‌, ଅରୁଣୀମା ସାହୁ, ସିଦେ୍ଧଶ୍ୱର ମିଶ୍ର, ବାଳ କୃଷ୍ଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

five + 12 =