ଜିଲ୍ଲପାଳ ଅଫିସରେ ଭଙ୍ଗାରୁଜା କଲେ ବିଜେପି କର୍ମୀ

0 159

ଭଦ୍ରକ : ଓବିସିମାନଙ୍କ ପାଇଁ ସଂରକ୍ଷଣ କରିବା, ଭୋଟର ତାଲିକାରେ ଜାଲିଆତି ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ଜାରି ହୋଇଥିବା ସରଂକ୍ଷଣ ତାଲିକାରେ ବ୍ୟାପକ ଭାବେ ବେଆଇନ କାର୍ଯ୍ୟ କରାଯାଇଥିବା ଦାବିରେ ଭଦ୍ରକ ବିଜେପି ପକ୍ଷରୁ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି । ଏହି ଉପଲକ୍ଷେ ବିରୋଧି ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠି ଙ୍କ ନେତୃତ୍ୱ ରେ ଗାନ୍ଧୀ ପଡିଆ ଠାରୁ ବିଜେପି କର୍ମୀମାନେ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କରିଥିଲେ । ଠିକ ଏହି ସମୟରେ ବିଜେପି କର୍ମୀ ମାନେ ଜ଼ିଲ୍ଲାପାଳଙ୍କ ଗେଟ ସମ୍ମୁଖରେ ତୀବ୍ର ଭାବେ ବିକ୍ଷୋଭ କରି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଧସେଇ ପଶିଥିଲେ । ଏପରିକି ପୋଲିସ ପ୍ରବଳ ପ୍ରତିରୋଧ ସତ୍ତେ୍ୱ ବିଜେପି କର୍ମୀମାନେ ଜ଼ିଲ୍ଲାପାଳଙ୍କ ଗାଡିର ନେମ ପ୍ଲେଟ ସହ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଚେୟାର ଗୁଡିକ ବାଡେଇ ଭାଙ୍ଗି ଦେଇଥିଲେ । ଏପରିକି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ବ୍ୟାନର ଗୁଡିକ ଚିରି ଫୋପାଡି ଦେଇଥିଲେ । ତେବେ ଗାଡି ଗୁଡିକ ଭଙ୍ଗା ରୁଜା କରିବାବେଳେ ପୋଲିସ ପ୍ରତିରୋଧ କରିଥିଲେ । ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ ପୋଲିସ ମୁତୟନ ଅଛନ୍ତି । ଘଟଣା ସ୍ଥଳରେ ଭଦ୍ରକ ଏସପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

2 − two =