ବିଶ୍ବ ରକ୍ତଦାନ ଦିବସରେ ଶିକ୍ଷା ନିକେତନରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ : ୨୫ ୟୁନିଟ୍ ରକ୍ତ ସଂଗ୍ରହ

0 110

ବାଲିଗୁଡ଼ା: ବିଶ୍ବ ରକ୍ତଦାନ ଦିବସ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶିକ୍ଷା ନିକେତନ ଓ ଫାରେଲ୍ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଯୋଗ ଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ବାଲିଗୁଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା, ଏନ୍ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ,ଫାରେଲ୍ ସ୍ବେଚ୍ଛାସେବୀ ଅନୁଷ୍ଠାନର ଅମିତ୍ କୁମାର ନାୟକଙ୍କ ସମେତ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା, ଛାତ୍ର ଛାତ୍ରୀ ଓ ସ୍ଥାନୀୟ ଲୋକେ ସ୍ବେଚ୍ଛାକୃତ ଭାବେ ଯୋଗ ଦେଇଥିଲେ । ଏହି ଶିବିରରେ ୨୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ରକ୍ତଦାନ ଏକ ମହତ ଦାନ ଏଣୁ ସମସ୍ତେ ରକ୍ତଦାନ କରିବା ଆବଶ୍ୟକ । ଯାହାଫଳରେ ଆମ ଅଞ୍ଚଳରେ ରକ୍ତର ଅଭାବ ରହିବ ନାହିଁ ଏବଂ ରକ୍ତ ଅଭାବରୁ କେହି ମୃତ୍ୟୁବରଣ କରିବେ ନାହିଁ ବୋଲି କହିଛନ୍ତି ବିଧାୟକ । ସେପଟେ ପ୍ରତିବର୍ଷ ଭଳି ଆମେ ଚଳିତବର୍ଷ ଏହି ରକ୍ତଦାନ ଶିବିର ଆୟୋଜନ କରିଛୁ ଏବଂ ପ୍ରତିବର୍ଷ କିଛି ନୁଆ ରକ୍ତଦାତା ସୃଷ୍ଟି କରିବାକୁ ଆମେ ପ୍ରଚେଷ୍ଟା ଜାରିରଖିଛୁ । ରକ୍ତଦାତାଙ୍କ ସଂଖ୍ୟା ବଢ଼ିଲେ ଆମ ଅଞ୍ଚଳରେ ରକ୍ତାଭାବ ଦୁର ହେବାସହ ଲୋକେ ଉପକୃତ ହୋଇପାରିବେ ବୋଲି କହିଛନ୍ତି ଅନୁଷ୍ଠାନର ପ୍ରତିଷ୍ଠାତା ରାଜକିଶୋର ପାଢ଼ୀ । ଅନୁଷ୍ଠାନର ଏଭଳି ମହତ ଉଦ୍ଦେଶ୍ୟକୁ ବାଲିଗୁଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପ୍ରଶଂସା କରିବାସହ ଅନୁଷ୍ଠାନର ପ୍ରତିଷ୍ଠାତା ରାଜକିଶୋର ପାଢ଼ୀଙ୍କୁ ସାଧୁବାଦ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

16 − fourteen =