ହରଭଙ୍ଗା ଥାନାରେ ରକ୍ତଦାନ ଶିବିର

0 15

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନାରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାର ସୂଚନା ମିଳିଛି l ଏହି ଅବସରରେ ହରଭଙ୍ଗା ଥାନା ପକ୍ଷରୁ ଏକ ସ୍ୱଚ୍ଛକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଏସଡିପିଓ କୁଲଦୀପ ମିନା ପହଞ୍ଚି ଶୁଭଉଦ୍ଘାଟନ କରିଥିଲେ l ଅନ୍ୟପଟେ ସମସ୍ତ ରକ୍ତଦାତା ମାନଙ୍କୁ ପୋଲିସ ପକ୍ଷରୁ ଏକ ହେଲେମେଣ୍ଟ ଓ ବୃକ୍ଷ ଦେଇ ସଚେତନ କରାଇଥିଲା l ଏଥିରେ ମୋଟ ୧୧୦ ୟୁନିଟ ରକ୍ତ ସଙ୍ଗ୍ରହ ହୋଇଥିବା ନେଇ ଥାନା ଅଧିକରୀ ସୂଚନା ଦେଇଛନ୍ତି l ସୂଚନା ଅନୁଯାୟୀ ଗତକାଲି ଆଠମଲ୍ଲିକ ମାଧପୁର ଅଞ୍ଚଳର ମନରମା ସେଠିଙ୍କ ୮ବର୍ଷର ଝିଅ ଶୁଚିସ୍ମିତା ସେଠି ବୌଦ୍ଧ ମେଡିକାଲରେ ଭର୍ତି ହୋଇଥିଲେ କିନ୍ତୁ ଅବସ୍ଥା ଗୁରୁତର ଥିବା ବେଳେ ଶୁଚିସ୍ମିତାକୁ O ପଜିଟିଭ ରକ୍ତ ଆବଶ୍ୟକ ଥିଲେ ମଧ୍ୟ ମିଳିବା କଷ୍ଟକର ହେଉଥିଲା l ପରେ ରୋଗୀଙ୍କ ସମ୍ପର୍କୀୟ ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକର ସାହାରା ନେଇଥିଲେ l ସଙ୍ଗେ ସଙ୍ଗେ ରୋଗୀଙ୍କୁ ରକ୍ତ ଯୋଗାଇବା ପାଇଁ ଅନୁରୋଧ କରିବା ପରେ ହରଭଙ୍ଗା ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ଗୁରୁତର ରୋଗୀଙ୍କୁ ରକ୍ତ ମିଳିଥିଲା l ଫଳରେ ରୋଗୀଙ୍କ ସମ୍ପର୍କୀୟ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ l

hiranchal ad1
Leave A Reply

Your email address will not be published.

2 + 14 =