ବଲାଙ୍ଗୀର ଦିନ ପାଳନ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତା

0 105

ବଲାଙ୍ଗୀର: ନଭେମ୍ବର-୧ ଦିନକୁ ବଲାଙ୍ଗୀର ଦିନ ଭାବରେ ଧୁମଧାମରେ ପାଳନ କରିବା ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଗତକାଲି ଠାରୁ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇଛି । ଶତାଧିକ ପ୍ରତିଯୋଗୀ ଏଥିରେ ଯୋଗଦାନ କରୁଛନ୍ତି । ସ୍ଥାନୀୟ ଟାଉନ ହଲ ଠାରେ ଡ୍ୟାନ୍ସ ଓ ଆମର ପିନ୍ଧନ ଉଢନ, ଅପରାହ୍ନ ୨ଟା ରେ କଲେଜ ଛକ କଲ୍ୟାଣ ମଣ୍ଡପ ଠାରେ ହୁଲାହୁଲି ଓ ରଙ୍ଗଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସର୍ବପ୍ରଥମେ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ ଓ ସଦସ୍ୟ ମାନେ ଉପସ୍ଥିତ ରହି ମାଁ ସମଲେଶ୍ୱରୀ, ମାଁ ପାଟଣେଶ୍ୱରୀଙ୍କ ଫଟୋଚିତ୍ର ରଖି ମଞ୍ଚ ପୂଜନ କରିଥିଲେ । ପରେ ପରେ ନୃତ୍ୟ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଦିନ ଦୁଇଟାରୁ ଆମର ପିନ୍ଧନ ଉଢନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଖପାଖ ଜିଲ୍ଲାର ମଧ୍ୟ ପ୍ରତିଯୋଗି ଭାଗ ନେଇଥିଲେ । ସମସ୍ତ ପ୍ରତିଯୋଗି ମାନଙ୍କୁ ୧ ନଭେମ୍ବର ବଲାଙ୍ଗୀର ଦିନ ହେବାକୁ ଥିବା ମୁଖ୍ୟ ମଞ୍ଚ ରେ ପରିବେଷଣ କରିବାକୁ ସୁଯୋଗ ଦିଆଯିବ । କାର୍ଯ୍ୟକ୍ରମରେ ବିଚାରକ ଭାବରେ ବ୍ରହ୍ମାନନ୍ଦ ବନଛୋର, କପିଳେଶ୍ୱର ଖମାରୀ,ନିମାଇଁ ଚରଣ ପାଣିଗ୍ରାହୀ, ଶ୍ରାବଣୀ ପାଣିଗ୍ରାହୀ,ଶ୍ରୀପଦା ଷଡ଼ଙ୍ଗୀ, ମନୋରଞ୍ଜନ ପଟେଲ ଥିଲେ । ଆୟୋଜକ କମିଟିର ବିଦୁ ଭୁଷଣ ତ୍ରିପାଠୀ, ଲୋଟସ ଷଡ଼ଙ୍ଗୀ, ଗୋପାଳ ପ୍ରଧାନ, ମୁରଲୀଧର ପତି, ବିନୋଦ କାଳସାଏ, ସଙ୍ଗୀତା ଦାସ, ଦିନେଶ ଶର୍ମା, ସୋମନାଥ ମିଶ୍ର, ଅଙ୍କୁଶ ପାଣ୍ଡିଆ, ଅବିଶେକ ଦାସ, ସଞ୍ଜୀବ ସାହୁ, ସୁମେସ ଡାଙ୍ଗ, ରିଲୁ ରଥ, ରଞ୍ଜିତ ପ୍ରଧାନ, ଥବିର କର୍ମୀ, ରବି ଖମାରୀ, ସନ୍ଦିପ ବାଗ, ରାମ ଶଙ୍କର ଶତପଥୀ, ମନୋରଞ୍ଜନ ସାହୁ, ଜୟକୃଷ୍ଣ ମିଶ୍ରଙ୍କ ସମେତ କମିଟି ସଦସ୍ୟମାନେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

five × five =