୪୩ ଲକ୍ଷ ଟଙ୍କାର ଅନଲାଇନ ଠକେଇ ମାମଲାରେ ୩ ଜଣଙ୍କୁ ଗିରଫ କଲା ବୌଦ୍ଧ ପୋଲିସ

0 98

ବୌଦ୍ଧ,୧୬/୭ – ରାଜ୍ୟର ତିନୋଟି ଜିଲ୍ଲାରୁ ୪୩ ଲକ୍ଷ ଟଙ୍କାର ଅନଲାଇନ ଠକେଇ କରିଥିବା ୩ ଜଣଙ୍କୁ ବୌଦ୍ଧ ପୋଲିସ ଗିରଫ କରିଛି । ଏ ନେଇ ପୋଲିସ ଜିଲ୍ଲା ମୁଖ୍ୟାଳୟ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ ସୂଚନା ଦେଇଛନ୍ତି । ସୂଚନା ପ୍ରକାରେ ବୌଦ୍ଧ, ଅନଗୁଳ , କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ଥିବା ଫ୍ଲିପକାର୍ଟ କମ୍ପାନୀର ବିତରଣ କାର୍ଯ୍ୟାଳୟରେ କାମ କରୁଥିବା ୩ ଜଣ କର୍ମଚାରୀ ବିଭିନ୍ନ ଉପାୟରେ ପ୍ରାୟ ୪୩ ଲକ୍ଷ କମ୍ପାନୀକୁ ପଇଠ କରିନଥିଲେ । ଏ ନେଇ କମ୍ପାନୀ ପକ୍ଷରୁ ବାଉଁଶୁଣୀ, କଣ୍ଟାମାଳ, କିଶୋରନଗର ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ଏକ ଟିମ ଗଠନ କରିବା ସହିତ ବିଭିନ୍ନ ସ୍ଥାନରେ ଚଢଉ କରି ସଂପୃକ୍ତ ୩ ଯୁବକଙ୍କୁୁ ଗିରଫ କରିଛି । ଏଥିସହିତ ସେମାନଙ୍କ ଠାରୁ ୪ ଲକ୍ଷ ୫୦ ହଜାର ଟଙ୍କା ଉଦ୍ଧାର କରିବା ସହିତ ୩ଟି ମୋବାଇଲ, ଦୁଇଟି ବାଇକ, ଗୋଟିଏ ଲାପଟପ ଜବତ କରିଛି । ଗିରଫ ୩ ଜଣ ହେଲେ ନୟାଗଡ ଜିଲ୍ଲାର ସୁନିଲ ପ୍ରିୟରଂଜନ ପାଲ, ଖୋର୍ଦ୍ଧାର ଆଶିଷ ରଞ୍ଜନ ପ୍ରଧାନ ଏବଂ ବାଲେଶ୍ୱର ଜିଲ୍ଲାର ବ୍ୟୋମକେଶ ଗିରି । ଏହି ସାମ୍ବାଦିକ ସମ୍ମିଳନୀରେ କଣ୍ଟାମାଳ ଥାନା ଅଧିକାରୀ ନଳିନୀ କାନ୍ତ ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

hiring

hiranchal ad1
Leave A Reply

Your email address will not be published.

2 × 4 =