ବୌଦ୍ଧ: ଉଦଘାଟିତ ହେଲା ୬୯ ତମ ରାଜ୍ୟସ୍ତରୀୟ ଭଲିବଲ ଚମ୍ପିଅନସିପ୍‌

0 306

ବୌଦ୍ଧ,୧୧/୧୧(ହୀ.ପ୍ର)- ଆଜି ବୌଦ୍ଧ ଷ୍ଟାଡିୟମ ପଡିଆରେ ୬୯ତମ ରାଜ୍ୟସ୍ତରୀୟ ମହିଳା ଭଲିବଲ ଚମ୍ପିଅନସିପ୍‌ ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ସାଂସଦ ତଥା କିଟ୍‌ କିସ୍‌ ପ୍ରତିଷ୍ଠାତା ଏବଂ ଭାରତୀୟ ଭଲିବଲ ଫେଡରେସନ ସଭାପତି ଡ. ଅଚ୍ୟୁତ ସାମନ୍ତ ଯୋଗଦେଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ, କଣ୍ଟମାଳ ବିଧାୟକ ମହୀଧର ରଣା, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଯୁବନେତା ସୌଭାଗ୍ୟ କୁମାର ନାୟକ ଉପସ୍ଥିତ ଥିଲେ ।

ମୁଖ୍ୟଅତିଥି ଡ. ସାମନ୍ତ ଏହି ଅବସରରେ ବୌଦ୍ଧଜିଲ୍ଲାରେ ପ୍ରଥମଥର ପାଇଁ ଏହି ଭଲିବଲ ମହିଳା ଚଂପିଅନସିପ ହେଉଥିବାରୁ ଏବଂ ଏହାର ଆୟୋଜନ ସୁନ୍ଦର ଭାବେ କରାଯାଇଥିବାରୁ ଜିଲ୍ଲାପ୍ରଶାସନ, ଇଭେଣ୍ଟ ମ୍ୟାନେଜମେଣ୍ଟ, କୋଚ, ଖେଳାଳୀ, ଭଲିବଲ ପ୍ରେମୀ, ଜିଲ୍ଲାର ସମସ୍ତ ଅଧିକାରୀଙ୍କୁୁ ଧନ୍ୟବାଦ ଦେଇଥିଲେ ।

hiring

ବୌଦ୍ଧଜିଲ୍ଲାରେ ଖେଳର କିପରି ପ୍ରସାର ପ୍ରସାର ହୋଇପାରିବ ସେଥିପାଇଁ ସେ ଚେଷ୍ଟା କରିବେ ଓ ଜିଲ୍ଲା ପ୍ରଶାସନର ସହଯୋଗ ରହିଲେ ଆଗାମୀ ଦିନରେ ବୌଦ୍ଧ ଓ ଫୁଲବାଣୀକୁ ନେଇ ରାଜ୍ୟସ୍ତରୀୟ ଫୁଟବଲ ମ୍ୟାଚ କରିବାକୁ ମଧ୍ୟ ସେ ଚେଷ୍ଟାକରିବେ ବୋଲି କହିଥିଲେ ।

ପ୍ରମୋଦ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିବାବେଳେ ଓଡିଶା ଭଲିବଲ ସଂଘ ସାଧାରଣ ସଂପାଦକ ଡ. ଗଗନେନ୍ଦୁ ଦାଶ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ ।

ଏହି ଅବସରରେ ସମସ୍ତ ଅତିଥିମାନଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିବାବେଳେ କିଟ୍‌ର ଛାତ୍ରୀ ଶିରଶା କାରମିଙ୍କୁ ୱାର୍ଲଡ ୟୁନିଭରସିଟିରେ ଖେଳିବାକୁ ସୁଯୋଗ ପାଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଜିଲ୍ଲାକ୍ରୀଡା ସଂଘ ସାଧାରଣ ସଂପାଦକ ରବୀନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଚଂପିଆନସିପରେ ଓଡିଶାର ମୋଟ ୧୫ଟି ଦଳ ଅଂଶଗ୍ରହଣ କରି ଖେଳ ପ୍ରଦର୍ଶନ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

eleven − two =