ବ୍ଲଡ଼ କ୍ୟାନସର ପିଡିତ ଶିଶୁକୁ ଚିକିତ୍ସା ସହାୟତା ଦାବି

0 960

ବୌଦ୍ଧ – ବଉଦ ବ୍ଲକ୍ ବହିରା ଗ୍ରାମ ପଂଚାୟତ ଅନ୍ତର୍ଗତ ସଦେଇପୁର ଗ୍ରାମର ଚାରି ବର୍ଷର ଶିଶୁ ବ୍ଲଡ଼ କ୍ୟାନସର ଭଳି ରୋଗରେ ପୀଡିତ ହେବା ପରେ ପରିବାରବର୍ଗ ଦୁଃଖରେ ଭାଙ୍ଗି ପଡିଛନ୍ତି l ପିତା କାର୍ତ୍ତିକ ବେହେରା ଜଣେ ଭିନ୍ନକ୍ଷମ ହୋଇ ମଧ୍ୟ ଦୀର୍ଘ ଦିନ ଧରି ପୁଅର ଚିକିତ୍ସା ପାଇଁ ବୌଦ୍ଧ ଡାକ୍ତରଖାନା ଠାରୁ ବୁର୍ଲା ଡାକ୍ତରଖାନା ଯାଏଁ ଦଉଡି ଦଉଡି ନୟାନ୍ତ ହୋଇ ସାରିଲେଣି l ଗତ ଜୁଲାଇ ମାସ 16 ତାରିଖ ଦିନ ବୁର୍ଲା ଡାକ୍ତରଖାନା କଟକ ଏସସିବି କୁ ରେଫର କରିଥିଲେ ମଧ୍ୟ କୋଡିଏ ଦିନ ବିତିଯାଇଥିଲେ ମଧ୍ୟ ପୁଅକୁ କଟକ ନେଇ ପାରିନାହାନ୍ତି କାର୍ତ୍ତିକ l ଗରୀବ ପରିବାରର ହୋଇଥିବାରୁ କଟକ ନେବା ପାଇଁ ଆର୍ଥିକ ସମସ୍ୟା ତାଙ୍କ ପାଇଁ ସାଜିଛି ମୂଳ ସମସ୍ୟା l ପାଖରେ ଯାହାବି ଟଂକା ପଇସା ଓ ସୁନା ଗହଣା ଥିଲା ସବୁସାରି ଏବେ ଅସହାୟ ଅବସ୍ଥାରେ ବାପା ମା l କରୋନା ପାଇଁ ଯିବା ଆସିବାରେ କଟକଣା ହେତୁ କୌଣସି ସରକାରୀ ସହାୟତା ପାଇଁ ଆବେଦନ ମଧ୍ୟ କରିପାରି ନାହାନ୍ତି l ପୁଅକୁ ଘରେ ରଖି ଡାକ୍ତର ଲେଖିଥିବା ଔଷଧ ଖୁଆଇ ଦଇବ ଭରସାରେ ପଡି ରହିଛନ୍ତି କାର୍ତ୍ତିକ l
ଚାରି ବର୍ଷର ବ୍ଲଡ଼ କ୍ୟାନସର ଆକ୍ରାନ୍ତ ପୁଅର ଚିକିତ୍ସା ପାଇଁ କୌଣସି ସରକାରୀ ସହାୟତା ମିଳିନାହିଁ l ସେଥିପାଇଁ ଜିଲ୍ଲା ପ୍ରଶାସନ କିମ୍ବା ସ୍ଥାନୀୟ ଜନପ୍ରତିନିଧି ସହାୟତାର ହାତ ବଢାଇବାକୁ କାର୍ତ୍ତିକ ଓ ସଦେଇପୁର ଗ୍ରାମବାସୀ ଅନୁରୋଧ କରିଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସା ପାଣ୍ଠି କିମ୍ବା ଜିଲ୍ଲା ରେଡକ୍ରସ ପାଣ୍ଠିରୁ ତୁରନ୍ତ ସହାୟତା ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି |

hiranchal ad1
Leave A Reply

Your email address will not be published.

15 + 20 =