ୟାସ ଉଜାଡି ଦେଲା ତରଭୁଜ ଓ ଆମ୍ବ ଚାଷୀଙ୍କ ବେଉସା

0 970

ବୌଦ୍ଧ : ୟାସ ବାତ୍ୟାର ପ୍ରଭାବ ବୌଦ୍ଧ ଜିଲ୍ଲାରେ ବିଶେଷ ଦେଖିବାକୁ ମିଳି ନଥିବା ବେଳେ ଦୁଇ ଦିନ ଧରି ହୋଇଥିବା ଝିପିଝିପି ବର୍ଷା ଓ ପବନ ପ୍ରଭାବରେ ଶହ ଶହ ତରଭୁଜ ଓ ଆମ୍ବ ଚାଷୀଙ୍କ ବେଉସା ଉଜାଡି ଦେଇଛି । ସହଜେ ଲକଡାଉନ୍ ଯୋଗୁଁ ବଜାର ସୁବିଧା ନଥିବାରୁ ସେମାନେ ମୂଲ୍ୟରେ କ୍ଷତି ସହି ଆସୁଥିଲେ ହେଲେ ବାତ୍ୟା ଜନିତ ବର୍ଷାରେ ସବୁ ଫସଲ ନଷ୍ଟ ହୋଇଯାଇଛି । ବାଡିରେ ତରଭୁଜ ନଷ୍ଟ ହୋଇ ପଡି ରହିଥିବା ଦେଖିବାକୁ ମିଳୁଛି । ସେହିପରି କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ଆମ୍ବ ଗଛତଳେ ପଡି ପଚି ନଷ୍ଟ ହୋଇ ଯାଇଛି । ବିଶେଷ ଭାବରେ ହରଭଙ୍ଗା ବ୍ଲକ୍ ରାମଗଡ, ତିଲେଶ୍ୱର୍‌, ସାମ୍ପୋଚ୍‌, ବୀରନରସିଙ୍ଗପୁର୍‌, ବୌଦ୍ଧ ବ୍ଲକ୍ ବଢିଗାଁ, ମୁର୍ଶୁଣ୍ଡି, ଖୁଣ୍ଟ ବନ୍ଧ, ପଦ୍ମନପୁର୍‌, ମୁଣ୍ଡିପଦର ଆଦି ଗ୍ରାମପଞ୍ଚାୟତ ଅଂଚଳରେ ଲୋକେ ପ୍ରବଳ ମାତ୍ରାରେ କିଛି ବର୍ଷ ହେଲା ତରଭୁଜ ଚାଷ କରି ଆସୁଛନ୍ତି ।

hiring

ରାଜ୍ୟର ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର୍‌, ରାଉରକେଲା ଆଦି ଅଂଚଳର ରାଜ୍ୟ ବାହାରର ବ୍ୟବସାୟୀ ମାନେ ଆସି କିଣି ନେଇଥାନ୍ତି ଓ ଚାଷୀ ମାନେ ବେଶ୍ ଦୁଇ ପଇସା ରୋଜଗାର କରୁଥିଲେ । ଲକଡାଉନ୍ ଯୋଗୁଁ ବର୍ତ୍ତମାନ ବଜାର ନଥିବା ଯୋଗୁଁ ତାହା ବନ୍ଦ ହୋଇଯାଇଛି । ସେହିପରି ଜିଲ୍ଲାର ସମସ୍ତ ଅଂଚଳରେ ଚାଷୀ ମାନେ ଆମ୍ବ ବଗିଚା କରି ବାହାର ବ୍ୟବସାୟୀ ମାନଙ୍କୁ ଆମ୍ବ ବିକି ଥାଆନ୍ତି । ଲକ ଡାଉନ୍ ଯୋଗୁଁ ଆମ୍ବ ରପ୍ତାନି ମଧ୍ୟ ଠପ । ଉତ୍ପାଦିତ ସାମଗ୍ରୀ ବିକ୍ରୀ କରି ନପାରି ଚାଷୀ ଦୁର୍ଦ୍ଦିନରେ ପଡି ଥିବା ବେଳେ ୟାସ ଯାହା କିଛି ଥିଲା ସବୁ ଉଜାଡି ଦେଇଛି । ବ୍ୟାଙ୍କ ମାନଙ୍କଠାରୁ ଓ ବ୍ୟକ୍ତିଗତ ହାତ ଉଧାର ଆଣି ଚାଷ କରିଥିବା ଚାଷୀମାନଙ୍କ ମୁଣ୍ଡରେ ଚଡକ ପଡିଛି । ସରକାର କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ଚିହ୍ନଟ କରି ଆବଶ୍ୟକୀୟ କ୍ଷତିପୁରଣ ପ୍ରଦାନ କରିବାକୁ ଚାଷୀ ମାନେ ଦାବୀ କରିଛନ୍ତି ।

hiranchal ad1
Leave A Reply

Your email address will not be published.

12 + nine =