ଜିଲ୍ଲା ପ୍ରେସକ୍ଲବ ପକ୍ଷରୁ ସାମ୍ବାଦିକଙ୍କ ଅକାଳ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି

0 76

ବୌଦ୍ଧ,୭/୨: କଳାହାଣ୍ଡି ଜିଲ୍ଲାର ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳ ସମ୍ବାଦ ସଂଗ୍ରହ ନିମନ୍ତେ ଯାଉଥିବାବେଳେ ମାଓବାଦୀଙ୍କ ପକ୍ଷରୁ ବିଛାଯାଇଥିବା ଲ୍ୟାଣ୍ଡମାଇନ୍‌ ବିସ୍ପୋରଣରେ ମୃତ୍ୟୁବରଣ କରିଛନ୍ତି । ତାଙ୍କରି ବିୟୋଗରେ ଜିଲ୍ଲା ପ୍ରେସକ୍ଲବ ପକ୍ଷରୁ ଏକ ଶୋକସଭା ସ୍ଥାନୀୟ ସାମ୍ବାଦିକ ଫୋରମ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । କ୍ଲବର ସଭାପତି ବରଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭା ପ୍ରାରମ୍ଭରେ କ୍ଲବର ସାଧାରଣ ସଂପାଦକ ରଘୁନାଥ ଷଡଙ୍ଗୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଉପସ୍ଥିତ ସଦସ୍ୟମାନେ ଦିବଙ୍ଗତ ଆତ୍ମାର ସଦଗତି କାମନାକରି ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଏପରି ଅକାଳ ବିୟୋଗ ରାଜ୍ୟରେ ପ୍ରଥମ ଘଟଣା ଏହାକୁ ଆମେ ଗମ୍ଭିରତାର ସହ ନେଇ ରାଜ୍ୟର ସାମ୍ବାଦିକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସୁରକ୍ଷା ଆଇନ ପ୍ରଣୟନ କରନ୍ତୁ । ସ୍ୱର୍ଗତ ସାମ୍ବାଦିକଙ୍କ ପରିବାରର ଆବଶ୍ୟକତା ପୂରଣ କରିବାସହ ତାଙ୍କୁ ଆର୍ଥିକ କ୍ଷେତ୍ରରେ ଅଧିକ ସହଯୋଗ କରାଯାଉ । ଏଥିସହ ମାଓବାଦୀଙ୍କ ଏଭଳି ବର୍ବରକାଣ୍ଡକୁ ଉପସ୍ଥିତ ସାମ୍ବାଦିକମାନେ ନିନ୍ଦା କରିବାସହ ତାଙ୍କର ଏହି ସମାଜ ବିରୋଧି ପଥଭ୍ରଷ୍ଟ ନୀତିକୁ ସରକାର ଦୃଢହସ୍ତରେ ଦମନ କରିବାକୁ ସଭାରେ ଦାବି କରାଯାଇଥିଲା । କ୍ଲବର କାର୍ଯ୍ୟକାରୀ ସଭାପତି ପ୍ରଦୋଷ କୁମାର ମିଶ୍ର, ଉପଦେଷ୍ଟା ଯୁଗଳ କିଶୋର ସାମଲ, ସତ୍ୟ ନାରାୟଣ ପାଣି, ଦିବ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ସ୍ୱର୍ଗତ ସାମ୍ବାଦିକଙ୍କ ସଂପର୍କରେ ସ୍ମୃତିଚାରଣ କରିଥିଲେ ।

hiranchal ad1
Leave A Reply

Your email address will not be published.

five − 1 =