ବୌଦ୍ଧର ଶିକ୍ଷକ ବସନ୍ତ ସାହୁ ପାଇଲେ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର

0 1,178

ବୈାଦ୍ଧ,୬/୯-ବୈାଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସରସରା ଠାରେ ଥିବା ସରକାରୀ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁଙ୍କୁ ଗୁରୁଦିବସ ଅବସରରେ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଛି । ଏହି ଅବସରରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପ୍ରଦାନ କରିଛନ୍ତି । ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ସାହୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିକ୍ଷାକୁ ସରସ, ସୁନ୍ଦର ଓ ଆନନ୍ଦମୟ କରିବା ପାଇଁ କଣ୍ଢେଇ ଓ ବର୍ଣ୍ଣମାଳାର ଛାୟାକୁ ଶିକ୍ଷାଦାନର ମାଧ୍ୟମ ଭାବେ ବ୍ୟବହାର କରିଥାଆନ୍ତି । ଛାତ୍ରଛାତ୍ରୀଙ୍କୁ କଣ୍ଢେଇ ତିଆରି କଳାକୁ ମଧ୍ୟ ଏକ ବିଷୟ ଭାବେ ଉପସ୍ଥାପନ କରିଥାଆନ୍ତି । ତାଙ୍କର ଏହି ଉଦ୍ୟମକୁ ସବୁ ସ୍ତରରେ ପ୍ରସଂଶା କରାଯିବା ସହ ଅନେକ ଶିକ୍ଷକମାନେ ଏହାକୁ ଅନୁସରଣ କରୁଛନ୍ତି । ତାଙ୍କର ଏହି ସ୍ୱତନ୍ତ୍ର କଳା ଆଜି ଜାତୀୟ ସ୍ତରରେ ସିକୃତି ଲାଭ କରିଛି । ୨୦୨୦ ମସିହାର ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାରରେ ସେ ସମ୍ମାନୀତ ହୋଇଛନ୍ତି । ରାଷ୍ଟ୍ରପତି ଭବନରୁ ମହାମହିମ ରାଷ୍ଟ୍ରପତି ରାମନାଥ କୋଭିନ୍ଦ ଭର୍ଚୁଆଲ ଉତ୍ସବ ମାଧ୍ୟମରେ ଶିକ୍ଷକ ବସନ୍ତ କୁମାର ସାହୁଙ୍କ ସହିତ ଆଲୋଚନା କରିଥିଲେ । ରାଷ୍ଟ୍ରପତିଙ୍କ ପକ୍ଷରୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ରାଷ୍ଟ୍ରପତି ପଦକ ଓ ମାନପତ୍ର ପ୍ରଦାନ କରିବା ସହିତ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ଜିଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର, ଡେପୁଟିକଲେକ୍ଟର ଅବିନାଶ ପାଣ୍ଡିଆ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିରଞ୍ଚି ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

4 + four =