ବଘିଆପଡା ସ୍କୁଲରେ ସୁନେତ୍ର ଚକ୍ଷୁ ପରୀକ୍ଷଣ ଶିବିର

0 66

ବୌଦ୍ଧ,୧୧/୧୧- ବଘିଆପଡା ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ସୁନେତ୍ର ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରଟି ଜିଲ୍ଲା ଶିକ୍ଷା ବିଭାଗର ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ହରିଶଙ୍କର ଦଣ୍ଡସେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜନ କରାଯାଇଥିଲା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟର ଚକ୍ଷୁ ଡାକ୍ତର ବଲ୍ଲଭ ଚନ୍ଦ୍ର ପ୍ରଧାନ, ଚକ୍ଷୁ ସହାୟକ ସନ୍ତୋଷ କୁମାର ବରାଡ଼ ଓ ବିଜୟକାନ୍ତ ମହାପାତ୍ର ପିଲାଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ଶିକ୍ଷା ବିଭାଗର ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ । ଏଥିରେ ୨୫୭ ଜଣ ଛ ।ତ୍ରଛ ।ତ୍ରୀ ଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ତନ୍ମଧ୍ୟରୁ ୫୪ ଜଣ ଛ ।ତ୍ରଛ ।ତ୍ରୀଙ୍କୁ ମାଗଣାରେ ଆବଶ୍ୟକ ଚଷମା ପ୍ରଦାନ କରାଯିବା ସହ ୪ ଜଣଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ଅନ୍ୟ ମେଡ଼ିକାଲକୁ ରେଫର କରାଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ଅନୁରୂପ ଭାବେ ଆଜିର ଦିନରେ କଣ୍ଟାମାଳ ବ୍ଲକର ଘଣ୍ଟାପଡା ହାଇସ୍କୁଲଠାରେ ସୁନେତ୍ର ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସେଥିରେ ୨୮୨ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୪ ଜଣ ଛାତ୍ରଛାତ୍ରୀଙ୍କୁ ଚାଷମା ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଉକ୍ତ ଶିବିରଟିକୁ କଣ୍ଟାମାଳ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଦୁର୍ଗା ଚରଣ ପ୍ରଧାନ ଉଦଘାଟନ କରିଥିବାବେଳେ ପଣ୍ଡାପାଲି ସୁବର୍ଣ୍ଣପୁରର ଦୁଇଜଣ ଚକ୍ଷୁ ସହାୟକ ଆସି ପିଲାମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ ।

hiranchal ad1
Leave A Reply

Your email address will not be published.

thirteen + 6 =