ସମ୍ବଲପୁର ରାଜସ୍ୱ କମିଶନରଙ୍କ ବୌଦ୍ଧ ଗସ୍ତ, ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା

0 48

ବୌଦ୍ଧ,୨୫ା୬:- ସମ୍ବଲପୁର ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳେଇ ଦିନିକିଆ ବୌଦ୍ଧ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଶ୍ରୀଯୁକ୍ତ ଦଳେଇ ମହାନଦୀ ବ୍ରିଜଛକଠାରେ ପହଞ୍ଚିବାପରେ ସେଠାରେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ । ଏହାପରେ ରାଜସ୍ୱ କମିଶନର ବ୍ରିଜଛକଠାରେ ମହାନଦୀ କୂଳରେ ବୌଦ୍ଧଗଡ ଏନଏସି ପକ୍ଷରୁ ଚାଲିଥିବା ପଶ୍ଚିମା ଭବନ କାର୍ଯ୍ୟ ବୁଲି ଦେଖିବା ସହିତ ପ୍ରକଳ୍ପର ଅଗ୍ରଗତି ଓ ପ୍ରକଳ୍ପ ସଂପୂର୍ଣ୍ଣ ନେଇ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ସହିତ ଆଲୋଚନା କରିଥିଲେ । ଆଗାମୀ ଡିସେମ୍ବର ମାସ ମଧ୍ୟରେ ପଶ୍ଚିମା ଭବନ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଶ୍ରୀଯୁକ୍ତ ଦଳେଇ ଏନଏସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ସହିତ ପ୍ରକଳ୍ପ ମଧ୍ୟରେ ହେବାକୁଥିବା ସୁବିଧା ସୁଯୋଗ ନେଇ ପଚାରି ବୁଝିଥିଲେ । ପଶ୍ଚିମା ଭବନ ପ୍ରକଳ୍ପକୁ ରାଜସ୍ୱ କମିଶନର ପ୍ରଶଂସା କରିବା ସହିତ ଉପଯୁକ୍ତ ସ୍ଥାନରେ ଏହାକୁ ନିର୍ମାଣ କରାଯାଉଥିବା ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ସେଠାରୁ ଗାଈଗୋଠ ପଡିଆଠାରେ ନିର୍ମିତ ବିଜୁ ଆଦର୍ଶ କଲୋନୀରେ ପହଞ୍ଚି ପୁନଃଥଇଥାନ ଯୋଜନାର ଅନୁଧ୍ୟାନ କରିବା ସହିତ ସେଠାରେ କମ୍ୟୁନିଟି ସେଣ୍ଟର ଠାରେ ମହିଳା ସ୍ୱୟଂସିହାୟିକା ଗୋଷ୍ଠୀର ମହିଳାମାନଙ୍କ ସହିତ ଆଲୋଚନା କରିଥିଲେ । ପରେ ମହାନଦୀର ଚନ୍ଦ୍ରଚୂଡ ମନ୍ଦିର ନିକଟରେ ନିର୍ମାଣାଧିନ ବହୁ ପ୍ରତୀକ୍ଷିତ ମହାନଦୀ ଆଳତୀ ଘାଟ ପ୍ରକଳ୍ପ ବୁଲିଦେଖିବା ସହିତ ଉଦ୍ୟମକୁ ପ୍ରଶଂସା କରିଥିଲେ । ସେଠାରୁ ଶ୍ରୀଯୁକ୍ତ ଦଳେଇ କୋଭିଡ ଚିକିତ୍ସାଳୟଠାରେ ପହଞ୍ଚି ଡାକ୍ତରମାନଙ୍କ ସହିତ ଆଲୋଚନା କରିବା ସହିତ ନିର୍ମାଣାଧିନ କିଡନୀ ରୋଗ ଚିକିତ୍ସା କେନ୍ଦ୍ର ଓ ମାନସିକ ରୋଗୀଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଥିଲେ । ସେଠାରୁ ଜିଲ୍ଲାପାଠାଗାରଠାରେ ମୁକ୍ତା ଯୋଜନାରେ ନିର୍ମାଣ ହେବାକୁ ଥିବା ଚଲାପଥ, ମୁକ୍ତ ବ୍ୟାୟାମଶାଳା ଓ ମୁକ୍ତ ପାଠାଗାର ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ କରିବା ସହିତ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ଦଳେଇ ପାଠାଗାର ମଧ୍ୟରେ ବରିଷ୍ଠ ନାଗରିକ ଓ ଶିଶୁମାନଙ୍କ ପଢିବା ପାଇଁ ରହିଥିବା ସ୍ୱତନ୍ତ୍ର ବ୍ୟବସ୍ଥା ଦେଖି ପ୍ରଶଂସା କରିବା ସହିତ କର୍ମଚାରୀମାନେ ଠିକ୍‌ ଭାବରେ ଏହାକୁ ପରିଚାଳନା କରିବା ପାଇଁ ତାଗିଦ୍‌ କରିଥିଲେ । ସେଠାରୁ ଗୁଣ୍ଡିଚା ମନ୍ଦିର ଉନ୍ନତିକରଣ ପ୍ରକଳ୍ପ ବୁଲି ଦେଖିବା ସହିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶୀରାମ ବଳରାମ ଅବତାର ବେଶ ଦର୍ଶନ କରିଥିଲେ । ପରେ ଆଦର୍ଶ କୃଷକ ବଜାର ପରିଦର୍ଶନ କରିବା ସହିତ ନିର୍ମାଣାଧିନ ଆଦର୍ଶ ମାଛ ବଜାର, ବୁଣାକାର ହାଟ, ଦୈନିକ ପରିବା ବଜାର ଏବଂ ମିଲେଟ ଓ ମିଶନ ଶକ୍ତି କାଫେ ଦେଖିଥିଲେ । ପରେ ଶ୍ରୀଯୁକ୍ତ ଦଳେଇ ଜିଲ୍ଲାର ସର୍ବପୂରାତନ ଯୋଗୀନ୍ଦ୍ର ଦେବ ଉଚ୍ଚ଼ ବିଦ୍ୟାଳୟରେ ପହଞ୍ଚିି ପ୍ରଥମ ପର୍ଯ୍ୟାୟ ୫-ଟିରେ ରୂପାନ୍ତରିତ ହେବା ସତ୍ତେ୍ୱ ୍ୱ ଛାତ୍ରମାନଙ୍କ ପରୀକ୍ଷା ଫଳ ଆଶାଜନକ ହେଉନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହିତ ଶ୍ରୀଯୁକ୍ତ ଦଳେଇ ଆଲୋଚନା କରି ବିଦ୍ୟାଳୟରେ ଶିକ୍ଷାର ଉପଯୁକ୍ତ ବାତାବରଣ ସୃଷ୍ଟି ପାଇଁ ଛାତ୍ରମାନଙ୍କୁ ନିଜର ସନ୍ତାନ ଭଳି ଶିକ୍ଷାଦାନ କରିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟରେ ରହିଥିବା କିଛି ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଅତିଥି ଭବନରେ ପହଞ୍ଚି ରାଜସ୍ୱ କମିଶନର ଶ୍ରୀଯୁକ୍ତ ଦଳେଇ ଜିଲାସ୍ତରୀୟ ଅଧିକାରୀମାନଙ୍କ ସହିତ ବିଭାଗୀୟ କାର୍ଯ୍ୟକ୍ରମ ନେଇ ସମୀକ୍ଷା କରିଥିଲେ । ବିଶେଷ ଭାବରେ ରାଜସ୍ୱ ଆଦାୟ,ମୋ ସରକାର ଯୋଜନା,ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଗୁଡିକର ସଠିକ୍‌ ପରିଚାଳନା, ସାଧାରଣଲୋକଙ୍କୁ ସଠିକ୍‌ ସମୟରେ ପ୍ରମାଣପତ୍ର ଯୋଗାଇଦେବା, ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଗୁଡିକର ଆଧୁନିକୀକରଣ, କେମ୍ପ କୋର୍ଟ, ନିୟମିତ ଆଭାସି ବୈଠକ, ଇ ପାଉତି ଉପରେ ଗୁରୁତ୍ୱାରୋପ କରିବା ସହିତ ବିଦ୍ୟୁତ ବିଭାଗ ପକ୍ଷରୁ ଭିତ୍ତିିଭୂମି ଅନୁଧ୍ୟାନ କରି ଲୋକଙ୍କୁ ନିରବିଚ୍ଛିିନ୍ନ ବିଦ୍ୟୁତ ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ । ମଧ୍ୟାହ୍ନ ଭୋଜନ ପରେ ରାଜସ୍ୱ କମିଶନର ଶ୍ରୀଯୁକ୍ତ ଦଳେଇ ହରଭଙ୍ଗା ବ୍ଲକର ବଡବନ୍ଧ କନ୍ୟାଶ୍ରମଠାରେ ପହଞ୍ଚିି ଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ । ରାଜସ୍ୱ କମିଶନରଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ସମୟରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସାହୁଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟଭଞ୍ଜନ ମଦନ ମୋହନ ପାତ୍ର, ଉପଜିଲାପାଳ ରବିନ୍ଦ୍ର ନାଥ କହଁର,ଏନଏସି ନିର୍ବାହୀ ଅଧିକାରୀ ଇଂ. ମନୋରଂଜନ ପଣ୍ଡା ଏବଂ ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

twenty − 5 =