ଦ୍ୱିତୀୟ ଗନ୍ଧରାଢୀ ଲୋକ କଳା ମହୋତ୍ସବ ଚୂଡାନ୍ତ ପ୍ରସ୍ତୁତି ବୈଠକ

0 131

ବୌଦ୍ଧ/ଜହ୍ନ ।ପଙ୍କ,୯/୨: ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତର ଐତିହାସିକ ଗନ୍ଧରାଢୀ ମନ୍ଦିର ପରିସରରେ ଫେବୃଆରୀ ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଦ୍ୱିତୀୟ ଗନ୍ଧରାଢୀ ଲୋକ କଳା ମହୋତ୍ସବ ନିମନ୍ତେ ଚୂଡାନ୍ତ ପ୍ରସ୍ତୁତି ବୈଠକ ସଭାପତି ଅଶୋକ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଶମ୍ଭୁ ଗିରି ସମ୍ପାଦକୀୟ ବିବରଣୀ ସହିତ ପୂର୍ବ ବୈଠକର ପ୍ରସ୍ତାବ ଉପରେ ସୂଚନା ରଖିଥିଲେ । ସହ ସମ୍ପାଦକ ସ୍ୱାଧୀନ କୁମାର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏଥିରେ ବିଭିନ୍ନ କମିଟିର ସଦସ୍ୟ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସ୍ମରଣିକା କମିଟି, ଶୋଭାଯାତ୍ରା କମିଟି, ସାଂସ୍କୃତିକ କମିଟି, ସାଜସଜା କମିଟି, ଅର୍ଥ କମିଟି, ବ୍ୟବସ୍ଥାପନା କମିଟି ଉପରେ ଆଲୋଚନା କରାଯାଇଥିଲା । ବିଭିନ୍ନ ଆଲୋଚନାରେ କୋଷାଧ୍ୟକ୍ଷ ନିରଞ୍ଜନ ଗିରି, ଅଧ୍ୟାପକ ବାସୁଦେବ ପାତ୍ର, ଉପ-ସଭାପତି ବିଦ୍ୟାଧର ସ୍ୱାଇଁ, ସହ ସମ୍ପାଦକ ଜ୍ଞାନରଞ୍ଜନ ପଟ୍ଟନାୟକ, ମନରଞ୍ଜନ ପୁରୋହିତ, ବାସୁଦେବ ପାତ୍ର, ଧ୍ରୁବ ଚରଣ ପାଣିଗ୍ରାହୀ, ନୀଳଲୋହିତ ମହାପାତ୍ର, ସପ୍ନେଶ୍ୱର ମହାନ୍ତି, ଅକ୍ଷୟ କୁମାର ସ୍ୱାଇଁ, ନବୀନ କୁମାର ପ୍ରଧାନ, ପ୍ରଭାସ କୁମାର ଶତପଥୀ, କୃତିବାସ ପଲିଆ, ମହେଶ ଅଗ୍ରୱାଲ, ଶବର ସେଠୀ, ସ୍ୱାଧୀନ କୁମାର ପରିଡା, ଶ୍ରୀପତି ମହାକୁଡ଼, ଶିବ ବେହେରା, ସନ୍ତୋଷ କୁମାର କର୍ଣ୍ଣ, ପ୍ରଶାନ୍ତ କୁମାର ସେଠୀ, ଆଦି ଜେନା, ପ୍ରକାଶ ବାରିକ, ବିଶ୍ୱଜିତ ପୁରୋହିତ, ସଞ୍ଜୟ ପ୍ରଧାନ, ପ୍ରଚାର ପ୍ରସାର କମିଟିର ଅଧ୍ୟକ୍ଷ ସୁଧାଂଶୁ ଶେଖର ମିଶ୍ର ପ୍ରମୁଖ ଯୋଗ ଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଶେଷରେ ଶମ୍ଭୁ ଗିରି ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

seventeen − eleven =