ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ଶୁଭାରମ୍ଭ

0 49

ବୌଦ୍ଧ,୨୬/୧୨:- ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଅଙ୍ଗନୱାଡି କେନ୍ଦ୍ର ବଘିଆପଡା ଠାରେ ଆଜି ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନାର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗ ଦେଇଥିବାବେଳେ ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ, ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରବିନାରାୟଣ ତ୍ରିପାଠୀ, ବୌଦ୍ଧବ୍ଲକ ସିଡିପିଓ ମିନତୀ ଦେଓ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଗର୍ଭବତୀ ଏବଂ ପ୍ରସୂତୀ ମାଆ ମାନଙ୍କୁ ଏମଏସ୍‌ପିୱାଇ ଯୋଜନାରେ ମୁଢି ୭୫୦ ଗ୍ରାମ, ଭଜାଚଣା ଦେଢକେଜି, ଖଜରା ୫୦୦ ଗ୍ରାମ, ରାଶିଲଡୁ ୫୦୦ ଗ୍ରାମ ଏବଂ କିଶୋରୀ ବାଳିକାମାନଙ୍କୁ (୧୫-୧୯)ମୁଢି ୧କେଜି, ଭଜାଚଣା ଦେଢ କେଜି ଏବଂ ମାସିକ ୧୬ଗୋଟି ଅଣ୍ଡା ପ୍ରଦାନ କରାଯାଇଥିଲା । ବୌଦ୍ଧ ବ୍ଲକର କଳାକାରମାନଙ୍କ ଦ୍ୱାରା ଦାଶକାଠିଆ ମାଧ୍ୟମରେ ମମତା, ଏମଏସ୍‌ପିୱାଇ, ପୋଷଣ, ଆଇୱାଇସିଏଫ, ଅଦ୍ୱିକା ଏବଂ ବାଲ୍ୟବିବାହ ନିଷେଧ ବିଷୟରେ ଲୋକମାନଙ୍କୁ ସଚେତନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସୁପରଭାଇଜର, ଅଙ୍ଗନୱାଡି କର୍ମୀ, ଗର୍ଭବତୀ, ପ୍ରସୂତୀ ମହିଳା ଏବଂ କିଶୋରୀ ବାଳିକାମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

7 − 3 =