ଭାଲୁ ଆକ୍ରମଣରେ ଯୁବକ ଗୁରୁତର

0 1,616

ବୌଦ୍ଧ,୩୦/୮– ବୌଦ୍ଧଜିଲ୍ଲା ହରଭଙ୍ଗା ଠାରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ବିଳମ୍ବରେ ପ୍ରାପ୍ତ ଅନୁଯାୟୀ ହରଭଙ୍ଗା ଥାନା ଛତ୍ରଙ୍ଗ ଗ୍ରାମର ରାଜ କିଶୋର ପ୍ରଧାନ (୩୫ବର୍ଷ) କୌଣସି କାମରେ ହରଭଙ୍ଗା ଯାଇ ରାତି ପ୍ରାୟ ୧୧ ଘଣ୍ଟା ସମୟରେ ନିଜ ଗ୍ରାମ ଛତ୍ରଙ୍ଗକୁ ଫେରୁଥିଲେ । ଏହି ସମୟରେ ତାଙ୍କ ମୋବାଇଲକୁ କଲ୍‌ ଆସିବାରୁ ହରଭଙ୍ଗା ବନ୍ୟା ଆଶ୍ରୟସ୍ଥଳୀ ଗୃହ ନିକଟରେ ବାଇକକୁ ରାସ୍ତାକଡରେ ରଖି ନିକଟରେ ଥିବା ପୋଲ ପାରାପିଟ ଉପରେ ବସି ଫୋନରେ କଥା ହେଉଥିଲେ । ଠିକ୍‌ ଏତିକିବେଳେ ହଠାତ୍‌ ଦୁଇଟି ଭାଲୁ ବାହାରି ରାଜକିଶୋରଙ୍କୁ ଅତର୍କିତ ଆକ୍ରମଣ କରିଥିଲା । ସେ କୌଣସିମତେ ଭାଲୁଙ୍କ କବଳରୁ ମୁକୁଳି ପୋଲ ନିକଟରେ ଯାଇଥିବା ଶଗଡିଆ କେନାଲ ଭିତରକୁ ଡେଇଁ ପଡିଥିଲେ । କେନାଲ ପାଣି ଭିତରକୁ ଭାଲୁମାନେ ପଶିନଥିଲେ ଓ ରାଜକିଶୋର ଅଳ୍ପକେ ବର୍ତ୍ତିଯାଇଥିଲେ । ଆଖପାଖରେ ଥିବା ଲୋକେ ତାଙ୍କ ପାଟିଶୁଣି ଘଟଣାସ୍ଥଳରେ ପହଞ୍ଚି ରାଜକିଶୋରଙ୍କୁ କେନାଲ ମଧ୍ୟରୁ ଉଦ୍ଧାରକରି ହରଭଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତାଙ୍କର ମୁଣ୍ଡ ଓ ବାମକାନ୍ଧରେ ଭାଲୁ ଆକ୍ରମଣରେ ଗଭୀର କ୍ଷତ ସୃଷ୍ଟି ହୋଇଛି ।

hiranchal ad1
Leave A Reply

Your email address will not be published.

sixteen − 5 =