ପ୍ରବାସୀ ଶ୍ରମିକ ମାନଙ୍କ ତଥ୍ୟ ପ୍ରଶାସନ ପାଖରେ ରଖାଯିବାକୁ ଦାବି

0 1,104

ବୌଦ୍ଧ,୧୧/୯ -ଲକ ଡାଉନର କଟକଣା ଟିକିଏ କୋହଳ ହେବା ପରେ ବର୍ତ୍ତମାନ ବୌଦ୍ଧ ଜିଲ୍ଲାରୁ ବାହାର ରାଜ୍ୟକୁ ଦାଦନଙ୍କ ସୁଅ ଛୁଟୁଛି । ଗୁଜରାଟ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁ ରାଜ୍ୟର ଅନେକ କଳ କାରଖାନା ଗୁଡିକର ମାଲିକ ମାନେ ବସ୍‌ ପଠାଇ ଶ୍ରମିକ ମାନଙ୍କୁ ନେଉଥିବା ଦୃଶ୍ୟ ପ୍ରତିଦିନ ଦେଖିବାକୁ ମିଳୁଛି । ବାହାର ରାଜ୍ୟକୁ ଯାଉଥିବା ଶ୍ରମିକ ମାନଙ୍କ ସମ୍ପର୍କରେ ଆବଶ୍ୟକ ତଥ୍ୟ ରଖାଯିବା ସହ ତାଙ୍କର ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ବିଜେପି ନେତା ଓମ ପ୍ରକାଶ ମିଶ୍ର ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି । ଶ୍ରମିକ ମାନଙ୍କୁ ନେବା ପାଇଁ ଆସୁଥିବା ଯାନବାହାନ ଗୁଡିକର କାଗଜ ପତ୍ର ଯାଞ୍ଚ କରିବା ସହ ଗାଡିର ଷ୍ଟାଫ ମାନଙ୍କର କରୋନା ପରୀକ୍ଷା କରାଯିବା ଆବଶ୍ୟକ । ସେହିପରି ଜିଲ୍ଲାରୁ ଯେଉଁ ଶ୍ରମିକମାନେ ବାହାର ରାଜ୍ୟକୁ ଦାଦନ ଖଟି ଯାଉଛନ୍ତି ତାଙ୍କର ସମସ୍ତ ତଥ୍ୟ ସହ ବ୍ଲକ/ଗ୍ରାମ ପଂଚାୟତ ସ୍ତରରେ ପଞ୍ଜିକରଣ କରାଯାଉ ବୋଲି ଶ୍ରୀ ମିଶ୍ର ଦାବୀ କରିଛନ୍ତି । ହଜାର ହଜାର କିଲୋମିଟର ଯାତ୍ରା କରିବାକୁ ଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଜରୁରୀ ଆବଶ୍ୟକ ଓ ଶ୍ରମିକ ପରିବହନ ଗାଡି ଗୁଡିକ ଯେମିତି ଓଭର ଲୋଡ ନ ନିଅନ୍ତି ସେ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

twenty − 14 =