ବୌଦ୍ଧରେ ସରକାରୀ ଅଧିକାରୀ ଓ କର୍ମଚାରୀ ଦମନ ଚଳଚ୍ଚି଼ିତ୍ର ଦେଖିଲେ

0 100

ବୌଦ୍ଧ,୨୪ା୧୨: ବୌଦ୍ଧଜିଲ୍ଳାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ଶୁକ୍ରବାର ଦିନ ଦମନ ଚଳଚ୍ଚି଼ିତ୍ର ଦେଖିଛନ୍ତି । ବୌଦ୍ଧ ଟାଉନହଲଠାରେ ଜିଲ୍ଳାପାଳ ସତ୍ୟରଞ୍ଜନ ସାହୁ, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଜିଲ୍ଲାପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେରଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ,ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ଓ ନର୍ସ, ନର୍ସିଂ କଲେଜର ଛାତ୍ରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଏହି ଚଳଚ୍ଚିତ୍ରକୁ ଦେଖିଥିଲେ । ଦୀର୍ଘଦିନ ପରେ ଓଡିଆ ଚଳଚ୍ଚିତ୍ର ଜଗତରେ ଦମନ ଭଳି ଏକ ସଚେତନତା ବାର୍ତ୍ତା ପ୍ରଦାନ କରୁଥିବା ଚଳଚ୍ଚିତ୍ର ନିର୍ମାଣ ହୋଇଥିବାବେଳେ ଏହା ସମସ୍ତଙ୍କର ପ୍ରଶଂସା ଲାଭ କରିଛି । ଏହି ଚଳଚ୍ଚିତ୍ରଟି ରାଜ୍ୟର ମାଓ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳ ମାଲକାନଗିରିର ସ୍ୱାସ୍ଥ୍ୟସେବା ଉପରେ ଆଧାରିତ ହୋଇଛି । ସରକାରୀ କର୍ମଚାରୀଙ୍କୁ ଏହି ଚଳଚ୍ଚିତ୍ର୍ରଟି ଅଧିକ ପ୍ରେରଣା ଯୋଗାଇବ ବୋଲି ଜିଲ୍ଲାପାଳ ଶ୍ରୀ ସାହୁ ମତବ୍ୟକ୍ତ କରିଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ମିଶନର ପ୍ରୋଗ୍ରାମ ମ୍ୟାନେଜର ରୂପକ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

fifteen − eight =