ବୌଦ୍ଧଜିଲ୍ଲା ଯୁବ ରେଡକ୍ରସର କାର୍ଯ୍ୟକାରିଣୀ ବୈଠକ

0 45

ବୌଦ୍ଧ,୨ା୧୧- ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଠାରେ ଆଜି ଜିଲ୍ଲାର ଯୁବ ରେଡକ୍ରସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବୌଦ୍ଧଜିଲ୍ଲାର ୧୬ ଗୋଟି ମହାବିଦ୍ୟାଳୟର ୨୬ ଜଣ ଯୁବରେଡକ୍ରସର ପରାମର୍ଶଦାତା ଏବଂ ଅଧ୍ୟକ୍ଷମାନେ ଅଂଶଗ୍ରହଣ କରି ଜିଲ୍ଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମରେ ରୂପରେଖ ନିର୍ଦ୍ଧାରଣ କରିଥିଲେ । ି ବୈଠକରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ତଥା ଜିଲ୍ଲା ରେଡକ୍ରସ ଶାଖାର ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ ଯୋଗଦେଇ ସମସ୍ତଙ୍କୁ ପ୍ରଥମେ ନିଜକୁ ଭଲପାଇବା ତାପରେ ଯାଇ ଆମେ ଅନ୍ୟକୁ ଭଲ ପାଇପାରିବା ସହ ତାର ସେବା କରିପାରିବା ବୋଲି ମତବ୍ୟକ୍ତ କରିଥିଲେ । ରେଡକ୍ରସ ମୁଖ୍ୟତଃ କେବଳ ନିଜର ଦାୟିତ୍ୱ ନୁହେଁ ବରଂ ନିଜର କର୍ତ୍ତବ୍ୟ କଥା କହିଥାଏ ବୋଲି କହିଥିଲେ । ବୌଦ୍ଧଜିଲ୍ଲାର ସମସ୍ତ ୨୬ ମହାବିଦ୍ୟାଳୟରେ ଯୁବ ରେଡକ୍ରସର ଶାଖା ୧ମାସ ଭିତରେ ଖୋଲିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଯୁବ ରେଡକ୍ରସର ସଂପାଦକ ଅଧ୍ୟାପକ ପ୍ରବୀର କୁମାର ଦାସ ସ୍ୱାଗତ ଭାଷଣ ଦେବାସହିତ ବୈଠକକୁ ପରିଚାଳନା କରିଥିଲେ । ଯୁବ ରେଡକ୍ରସର ଜିଲ୍ଲା ସଂପାଦକ ସୁରେଶ୍ୱର ଯୋଶୀ ଗତବର୍ଷର କାର୍ଯ୍ୟ ବିଷୟରେ ବିବରଣୀ ପ୍ରଦାନ କରିଥିଲେ । ଯୁବ ରେଡକ୍ରସର ଅଧ୍ୟକ୍ଷ ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ସଭାରେ ସଭାପତିତ୍ୱ କରି ସମସ୍ତ ପରାମର୍ଶଦାତା ମାନଙ୍କୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସେବାଭାବ ଜାଗ୍ରତ କରିବାପାଇଁ ଆହ୍ୱାନ କରିଥିଲେ । ଏହି ଅବସରରେ ରେଡକ୍ରସର ଜାତୀୟ ପୁରସ୍କାର ପାଇଥିବା ଓଡିଶାର ଏକମାତ୍ର ସ୍ୱେଚ୍ଛାସେବୀ ଭାବେ ଅଧ୍ୟାପକ ପ୍ରବୀର ଦାସଙ୍କୁ ଜିଲ୍ଲାପାଳ ଉପଢୌକନ ଦେଇ ସମ୍ମାନୀତ କରିଥିଲେ । ଯୁବ ରେଡକ୍ରସର କାର୍ଯ୍ୟକ୍ରମର ଏକ ପ୍ରଦର୍ଶନୀ ଏହି ଅବସରରେ ଆୟୋଜିତ ହୋଇଥିଲା । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଅଗ୍ନିଶମ ଅଧିକାରୀ ଜୀତେନ୍ଦ୍ର କୁମାର ଦାସ ଓ ତମାଖୁ ନିରୋଧ ଅଧିକାରୀ ଆଲୋକ ମିଶ୍ର ଯୋଗଦେଇ ନିଜ ମତବ୍ୟକ୍ତ କରିଥିଲେ । ଶେଷରେ ଅଧ୍ୟାପକ ଅଜିତ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

3 × 4 =