ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବ

0 52

ବୌଦ୍ଧ,୨୧/୨:- ସ୍ଥାନୀୟ କଚେରୀ ଖେଳ ପଡିଆ ଠାରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବର ଉଦଘାଟନୀ ସଭାରେ ଜଙ୍ଗଲ ପରିବେଶ, ପଞ୍ଚାୟତିରାଜ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିକ୍ଷାର ଉନ୍ନତିକରଣ ଉପରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବେ କଣ୍ଟାମାଳ ବିଧାୟକ ତଥା ଯୋଜନାବୋର୍ଡ ଅଧ୍ୟକ୍ଷ ମହୀଧର ରଣା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ବୌଦ୍ଧ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରତ୍ୟୁଷ ରଥ, କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସେନାପତି, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷ ବୃନ୍ଦାବନ ସାହୁ, ଅତିରିକ୍ତ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର ପ୍ରଧାନ, ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ ଲୁହା, କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନୋଜ ସେଠୀ ପ୍ରମୁଖ ଯୋଗଦେଇ ଉକ୍ତ ଉତ୍ସବର ଗୁରୁତ୍ୱ ଓ ଉପକାରିତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର ସଭାରେ ସଭାପତିତ୍ୱ କରି ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସମ୍ବିତ ମିଶ୍ର ମଞ୍ଚ ପରିଚାଳନା କରିଥିବାବେଳେ ସନ୍ତୋଷ କୁମାର କର୍ଣ୍ଣ ଅତିଥି ପରିଚୟ ପ୍ରଦାନ କରିଥିଲେ । ଗେହ୍ଲା ମାଁ କଳାନିକେତନ ବୌଦ୍ଧ, ପ୍ରଣାମ ଅନୁଷ୍ଠାନ ବୌଦ୍ଧ, ବୁଟୁପାଲି ପ୍ରାଥମିକ ବିଦ୍ୟାଳୟ ବିଳାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଖଣ୍ଡହତା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜୀତେନ୍ଦ୍ରିୟ ହୋତା ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଉକ୍ତ ଉତ୍ସବରେ ବ୍ଲକସ୍ତରୀୟଏକାଡେମିକ ପୁରସ୍କାର, ଜିଲ୍ଲାସ୍ତରୀୟ ଏକାଡେମିକ ପୁରସ୍କାର, ଜିଲ୍ଲାସ୍ତରୀୟ ଲିଡରସିପ ପୁରସ୍କାର, ଏସଏମସି ପୁରସ୍କାର, ଆଲୁମିନି ପୁରସ୍କାର, ପ୍ରଧାନଶିକ୍ଷକ ପୁରସ୍କାର ଓ ଶିକ୍ଷକ ପୁରସ୍କାର, ଗ୍ରାମ ପଞ୍ଚାୟତ ପୁରସ୍କାର ଆଦି ବଣ୍ଟନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

five − 2 =