ବୌଦ୍ଧ,୨୦/୧୦- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପରିସରରେ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେରଙ୍କ ଅଧ୍ୟକ୍ଷତାରେ ଏମଜିଏନଆରଇଜିଏସ, ଏନଏସଏପି ଯୋଜନାର ସାମାଜିକ ସମୀକ୍ଷା ନେଇ ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ହରଭଙ୍ଗା ବିଡିଓ ରବୀନ୍ଦ୍ର କହଁର ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଜିଲ୍ଲା ସାମାଜିକ ସମୀକ୍ଷକ ପ୍ରବୀର ମେହେର ସାମାଜିକ ସମୀକ୍ଷାର ରିପୋର୍ଟ ଉପସ୍ଥାପନା କରିଥିଲେ । ୨୨ଟି ପଞ୍ଚାୟତର ୨୫୬ଟି ପ୍ରକଳ୍ପର ଜନଶୁଣାଣୀ ହୋଇଥିଲା । ସାମାଜିକ ସମୀକ୍ଷାରେ ଚିହ୍ନଟ ହୋଇଥିବା ସମସ୍ତ ଅଭିଯୋଗକୁ ୭ଦିନ ମଧ୍ୟରେ ସମୀକ୍ଷା କରି ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପରିଷଦ ମୁଖ୍ୟ ଶ୍ରୀ ମେହେର ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।