ବୌଦ୍ଧ,୨୦/୧୨- ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ ସମୀର କୁମାର ମହାନ୍ତିଙ୍କ ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତ ଅବସରରେ ବୌଦ୍ଧ ଟାଉନହଲ ଠାରେ ଅନୁଷ୍ଠିତ ବୌଦ୍ଧ ବିଧାନସଭାର ସମସ୍ତ ମଣ୍ଡଳ ସଭାପତି, ଜିଲ୍ଲା ବିଜେପି ପଦାଧିକାରୀ, ମୋର୍ଚ୍ଚା ସଭାପତି, ଶକ୍ତି କେନ୍ଦ୍ର ଗୁଡ଼ିକର ତ୍ରିଦେବଙ୍କ ସହିତ ତିନୋଟି ବୈଠକରେ ଯୋଗଦାନ କରି ଦଳର ରାଜନୀତି ଓ ଆଗାମୀ ନିର୍ବାଚନରେ ବିଜେପି କିପରି ବୁଥସ୍ତରୀୟ କର୍ମକର୍ତ୍ତା ଓ ମୋର୍ଚ୍ଚାର ପଦାଧିକାରୀ, ପଞ୍ଚାୟତର ଶକ୍ତିକେନ୍ଦ୍ରର ତ୍ରିଦେବଙ୍କ ସହିତ ଜିଲ୍ଲା ବିଜେପି କମିଟି ସଦସ୍ୟମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ ଯେପରି ଆଗାମୀ ନିର୍ବାଚନରେ କନ୍ଧମାଳ ଲୋକସଭା ନିର୍ବାଚନ ସହିତ ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଜୟଯୁକ୍ତ ହେବେ ସେଥିପାଇଁ ଆଜିଠାରୁ ସମସ୍ତ କର୍ମକର୍ତ୍ତାମାନେ ନିଜନିଜ ସ୍ତରରେ ସୁବ୍ୟବସ୍ଥିତ ଭାବରେ ଦଳୀୟ କାର୍ଯ୍ୟସବୁ ସ୍ତରରେ ନିଷ୍ଠାର ସହିତ କରିବାକୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଲୋକସଭାର କୋରକମିଟି ସଦସ୍ୟ ସଦସ୍ୟା ଓ ସଞ୍ଚାଳନ ସମିତିର ସଦସ୍ୟ ସଦସ୍ୟା ମାନଙ୍କୁ ରାଜ୍ୟ ବିଜେପି ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅତିସୁନ୍ଦର ଭାବରେ ବୁଥସ୍ତରୀୟ କମିଟି ଗଠନ, ମଣ୍ଡଳ ସ୍ତରୀୟ ବୈଠକ ଓ କମିଟି ଗଠନ, ପଞ୍ଚାୟତସ୍ତରୀୟ ଶକ୍ତିକେନ୍ଦ୍ର ଗୁଡ଼ିକର ଗଠନ ଓ ପରିଚାଳନା କରିବା ସହିତ ଦଳର ନେତୃବୃନ୍ଦ ସମସ୍ତେ ଏସବୁ ଠାରେ ସାମିଲ ହେବାକୁ କର୍ମକର୍ତ୍ତା ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାକୁ ବିଧାନସଭା ସଂଯୋଜକ ଯୁଗଳ କିଶୋର ସାମଲ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ସୁଶାନ୍ତ ପ୍ରଧାନ, ପୂର୍ବତନ ବିରୋଧୀ ଦଳ ନେତା ସଚ୍ଚିଦାନନ୍ଦ ଦଲାଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଯୁକ୍ତା ନାୟକ, ଯୁଗଳ ସାହୁ, ଲୋକସଭା ପ୍ରଭାରୀ ନିରଞ୍ଜନ ମିଶ୍ର, ସଂଯୋଜକ ରମେଶ କୁମାର ମହାନ୍ତି, ଜିଲ୍ଲା ବିଜେପି ପ୍ରଭାରୀ ରାମଚନ୍ଦ୍ର ମେହେର, ପୂର୍ବତନ ଜିଲ୍ଲା ସଭାପତି ମାଗୁଣି ଗାଇଗୌରିଆ, ମନରଞ୍ଜନ ଦାସ, ଅଞ୍ଜନ କୁମାର ସାହୁ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଟଳ ପ୍ରଧାନ, ପ୍ରେମାନନ୍ଦ ମିଶ୍ର, ପ୍ରଦୋଷ ମିଶ୍ର, ତାପସ କୁମାର ପଟ୍ଟନାୟକ, ନିରଞ୍ଜନ ଦାନୀ, ଶ୍ୟାମ ସୁନ୍ଦର ପୁରୋହିତ, ରାଜକିଶୋର ମେହେର, ବ୍ୟୋମକେଶ ମହାପାତ୍ର, ମହିଳାନେତ୍ରୀ ନମିତା ରାଣୀ ଦାସ , ବାମନ ବାରିକ, ଶମ୍ଭୁ ପ୍ରଧାନ, ରଶ୍ମିତା ହୋତା, ଚିତ୍ତ ପାଣିଗ୍ରାହୀ, ପ୍ରମୁଖ ବହୁ କର୍ମକର୍ତ୍ତା ଆଜିର ସମସ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।