ବୌଦ୍ଧରେ ମାଛଚାଷ ସମ୍ବନ୍ଧୀୟ ସଚେତନତା ଓ ପ୍ରଶିକ୍ଷଣ ଶିବିର

0 60

ବୌଦ୍ଧ,୧୫/୧୧:- ସ୍ଥାନୀୟ ଟାଉନହଲ ଠାରେ ଅନନ୍ୟା ଏବଂ କେନ୍ଦ୍ରୀୟ ମଧୁରଜଳ ଗବେଷଣା ପ୍ରତିଷ୍ଠାନ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରର ମୁଖ୍ୟ ବିଷୟବସ୍ତୁ ଥିଲା ମଧୁରଜଳ ମାଛଚାଷ ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମ । ଏଥିରେ ମୁଖ୍ୟଅତିଥି ଭାବେ ଭାରତ ସରକାରଙ୍କ ନ୍ୟାସନାଲ ଫିସରି ଡେଭଲପମେଣ୍ଟ ବୋର୍ଡର ଗଭର୍ଣ୍ଣିଂବଡି ମେମ୍ବର ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦାନ କରି ବୌଦ୍ଧଜିଲ୍ଲାର ମାଛଚାଷର ସମ୍ଭାବନା ଉପରେ ଗୁରୁତ୍ୱ ପ୍ରଦାନ କରି କିଭଳି ମାଛ ଚାଷ କରି ଚାଷୀ ତାର ଆୟକୁ ଦ୍ୱିଗୁଣିତ କରିପାରିବ ସେ ବିଷୟରେ ଉଦବୋଧନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ବୌଦ୍ଧଜିଲ୍ଲାର ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗଦାନ କରି ଶିବିରର ମୂଳ ଉଦ୍ଦେଶ୍ୟକୁ ବର୍ଣ୍ଣନା କରିଥିଲେ । ସମ୍ମାନୀତ ଅତିଥି ଭାବେ ସିଫାର ପ୍ରଧାନ ବୈଜ୍ଞାନିକ ଡଃ ଚନ୍ଦ୍ରକାନ୍ତ ମିଶ୍ର, ଡଃ ସଂଗ୍ରାମ କେତନ ସାହୁ, ଡଃ ଜି.ଏସ ସାହା ,ମତ୍ସ୍ୟସଂପଦ ଅଧିକାରୀ ଶ୍ରୀମତୀ ଲିପ୍ସା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ଅନନ୍ୟା ତରଫରୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ଉପସ୍ଥିତ ଥିଲେ । ଡଃ ଚନ୍ଦ୍ରକାନ୍ତ ମିଶ୍ର ମଞ୍ଚ ପରିଚାଳନା କରିଥିବାବେଳେ ସିଫାର ଦୁର୍ଗାପ୍ରସାଦ ରଥ, ଅବିନାଶ ମହାନ୍ତି ଶିବିରକୁ ପରିଚାଳନା କରିଥିଲେ । ଏହି ଶିବିରରେ ଶତାଧିକ ମତ୍ସ୍ୟଚାଷୀ ଯୋଗଦେଇଥିଲେ । ମାଛଚାଷୀ ଏବଂ ବୈଜ୍ଞାନିକ ମାନଙ୍କ ମଧ୍ୟରେ ଏକ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ସହ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

eleven + 2 =