ବୌଦ୍ଧ ବ୍ଲକ ଶିକ୍ଷା ସମୀକ୍ଷା ବୈଠକ

0 179

ବୌଦ୍ଧ,୮/୧୦:-ଆଗକୁ ଦଶହରା ଛୁଟିକୁ ଆଖିଆଗରେ ରଖି ବୌଦ୍ଧ ବ୍ଲକ ଅକ୍ଟୋବର ମାସର ପ୍ରଥମ ଶିକ୍ଷା ସମୀକ୍ଷା ବୈଠକ ଆଜି ଅପରାହ୍ନ ୩ଟା ସମୟରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ମାନଙ୍କୁ ଯାଇଥିବା ବିଭିନ୍ନ ବିଭାଗୀୟ ଅର୍ଥ ଖର୍ଚ୍ଚ କରି ଆସନ୍ତା ୧୧/୧୦ରିଖ ସୁଦ୍ଧା ୟୁ ସି ଦାଖଲ କରନ୍ତୁ ଏବଂ ଖର୍ଚ୍ଚ କରିନଥିବା ଅର୍ଥ ଚେକ ମାଧ୍ୟମରେ ଫେରାନ୍ତୁ, ଏନଏଏସ ନମୁନା ପ୍ରଶ୍ନ ପିଲାଙ୍କୁ ଅଭ୍ୟାସ କରନ୍ତୁ । ଆସନ୍ତା ନିର୍ଦ୍ଧାରିତ ସମୟ ସୀମା ଭିତରେ ବିଦ୍ୟାଳୟ ପରିଚାଳନା କମିଟି ଗୁଡିକ ତିଆରି କରାଯିବ । ଉକ୍ତ କମିଟିରେ ବିଦ୍ୟାଳୟକୁ ସହଯୋଗ କରୁଥିବା ଲୋକଙ୍କୁ ବାଛିବା ସକାଶେ ସି ଆରସିସି ମାନେ ଧ୍ୟାନ ଦେବେ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଘିବେଲା ପରାମର୍ଶ ଦେଇଥିଲେ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦେବେନ୍ଦ୍ର କୁମାର ଦେହୁରୀ ଆସନ୍ତା ୧୫/୧୦ରିଖ ସୁଦ୍ଧା ଇନସ୍ପାୟାର ପ୍ରୋଜେକ୍ଟ ଦାଖଲ କରନ୍ତୁ, ହାଇସ୍କୁଲ ୫ଟି ଏବଂ ଏମ ଇ ସ୍କୁଲ ଗୁଡିକ ୨ଟି ଲେଖାଏଁ କରନ୍ତୁ ବୋଲି କହିଥିଲେ । ଶିକ୍ଷକ ପ୍ରଶିକ୍ଷକ ଡ ନିହାରିକା ସାମନ୍ତରାୟ ଓ ବାବୁରାମ ପାଣି ଏଫ ଏଲ ଏନ ଓ ନାସ ଉପରେ ଆଲୋଚନା କରିଥିଲେ କ୍ଷ ସହଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା ମଧ୍ୟାହ୍ନ ଭୋଜନ ସାମଗ୍ରୀ ବଣ୍ଟନ ତଥ୍ୟ ଦେବା, ଡେ଼ଡିକେଟେଡ଼ ଟିଚର ଓ ଅନ୍ୟାନ୍ୟ ବିଭାଗୀୟ ବିଷୟ ଉପରେ ଆଲୋଚନା କରିଥିଲେ । ଉକ୍ତ ଆଲୋଚନାରେ ସିଆରସିସି ରାଜ କୁମାର ପ୍ରଧାନ, ସଞ୍ଜୟ ଦେହୁରୀ, ସନତ କୁମାର ବାରିକ, ସନ୍ତୋଷ କୁମାର କର୍ଣ୍ଣ, ପୂର୍ଣ୍ଣଚନ୍ଦ୍ର କରଡ଼ିଆ ସମେତ ସମସ୍ତ ସି ଆର ସି ସି ଭାଗନେଇଥିଲେ । ଶେଷରେ ନିରଞ୍ଜନ ମେହେର ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

twelve − 1 =