ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ପ୍ରତିବାଦ ସଭା

0 70

ବୌଦ୍ଧ,୧୨/୧୧- ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ତରଫରୁ ଆୟୋଜିତ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇ ଏକ ଏଫ୍‌ .ଆଇ . ଆର୍‌ . ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଅଧିକାରୀଙ୍କ ପାଖରେ ଦାଖଲ କରିବା ସହିତ ତୁରନ୍ତ ପଶ୍ଚିମବଙ୍ଗ ଜେଲ୍‌ ବିଭାଗ ମନ୍ତ୍ରୀ ଶ୍ରୀ ଅଲେଖ ଗିରିଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦଣ୍ଡ ବିଧାନ ସହିତ ତାଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯିବା ପାଇଁ ଦାବି ହୋଇଥିଲା । ମନ୍ତ୍ରୀ ଶ୍ରୀ ଗିରି ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୋପଦୀ ମୁର୍ମୁଙ୍କ ବିରୁଦ୍ଧରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ ଯାହାକୁ ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଦୃଢ଼ ପ୍ରତିବାଦ ନିନ୍ଦା କରିବା ସହିତ ଅନ୍ୟାନ୍ୟ ଆଇନ ଅନୁସାରେ ପ କ୍ଷେପ ନେବା ପାଇଁ ଥାନା ଅଧିକାରୀଙ୍କ ପାଖରେ ଦାଖଲ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସହିତ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ମୀନାରାଣୀ ମିଶ୍ର , ଶ୍ରୀମତୀ ନମିତା ରାଣୀ ଦାସ, ମନରଞ୍ଜନ ଦାସ, ନିରଞ୍ଜନ ଦାନୀ, ରାଜ କୁମାର ମେହେର ପ୍ରମୁଖ ବହୁ କର୍ମକର୍ତ୍ତା ପ୍ରମୁଖ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

12 − three =