ସୁନେତ୍ର ଚକ୍ଷୁ ପରୀକ୍ଷଣ ଶିବିର

0 58

ବୌଦ୍ଧ,୩/୧୧- ବୌଦ୍ଧ ଜିଲ୍ଲା ଯୋଗୀନ୍ଦ୍ର ଦେବ ଉଚ୍ଚବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ସୁନେତ୍ର ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉକ୍ତ ଶିବିରକୁ ଜିଲ୍ଲାପାଳ ଶ୍ରୀ ସତ୍ୟ ରଞ୍ଜନ ସାହୁ ଉଦଘାଟନ କରିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଉଦୟ ନାଥ ମାଝୀ, ସହକାରୀ ଜିଲ୍ଲାପାଳ ବିରଞ୍ଚି ଧରୁଆ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡ଼. ହେମ୍ରମ ଓ ଚକ୍ଷୁ ବିଶେଷଜ୍ଞ ଡ. ବଲ୍ଲଭ ଚରଣ ପ୍ରଧାନ ତଥା ଶିକ୍ଷା ବିଭାଗର ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ । ଏଥିରେ ୧୫୮ ଜଣ ଛାତ୍ରଛାତ୍ରୀଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିବାବେଳେ ତନ୍ମଧ୍ୟରୁ ୫୫ଜଣ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଆବଶ୍ୟକ ଚଷମା ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏହି ଶିବିରରେ ସୁବର୍ଣ୍ଣପୁର ଜିଲ୍ଲାର ପଣ୍ଡାପାଲି ମହାନଦୀ ନେତ୍ର ଚିକିତ୍ସାଲୟରୁ ଦୁଇଜଣ ସହକାରୀ ଚକ୍ଷୁ ଚିକିତ୍ସକ ଉପସ୍ଥିତ ରହି ପିଲାମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ଏହି ଅବସରରେ ହରଭଙ୍ଗା ବ୍ଲକ ବିରନରସିଂହପୁର ହାଇସ୍କୁଲରେ ମଧ୍ୟ ଅନୁରୂପ ଭାବେ ୧୬୩ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଛି, ତନ୍ମଧ୍ୟରୁ ୩୪ ଜଣଙ୍କୁ ଚଷମା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

5 × three =