ଓଜେୟୁ ବୌଦ୍ଧଜିଲ୍ଲା ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

0 81

ବୌଦ୍ଧ,୨୫/୧୧: ଓଡିଶା ସାମ୍ବାଦିକ ସଂଘ (ଓ. ଜେ. ୟୁ ) ବୌଦ୍ଧ ଜିଲ୍ଲା ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତା ରାଣୀ ଦଳବେହେରା ଦାବିପତ୍ର ଗ୍ରହଣ କରିଥିଲେ । ଦାବିପତ୍ରରେ ସାମ୍ୱାଦିକ ମାନଙ୍କ ସୁରକ୍ଷା ଆଇନ କଡାକଡି କରାଯିବା, ଗୋପବନ୍ଧୁ ବୀମା ଯୋଜନାରେ ସାମ୍ବାଦିକଙ୍କ ବୀମାରାଶି ୨ଲକ୍ଷରୁ ଅନ୍ୟୁନ ୫ ଲକ୍ଷକୁ ବୃଦ୍ଧି କରିବା, ସାମ୍ବାଦିକଙ୍କ ମୃତ୍ୟୁକାଳୀନ ଆର୍ଥିକ ସହାୟତା ୪ଲକ୍ଷରୁ ୧୦ଲକ୍ଷକୁ ବୃଦ୍ଧି କରିବା, ସମ୍ବେଦନଶୀଳ ସ୍ଥାନରେ ଏସଓପି ପ୍ରଣୟନ କରି ପ୍ରଶିକ୍ଷଣ ଦେବା, ଅବସରକାଳୀନ ଭତ୍ତା ପ୍ରଦାନ କରିବା, ସରକାରଙ୍କ ଦ୍ୱାରା ବ୍ୟାଙ୍କ ଋଣ ପ୍ରଦାନ ବିଧିରେ ସରଳୀକରଣ କରିବା, ସାମ୍ୱାଦିକ ଅଧିସ୍ୱୀକୃତି ନୀତିରେ ଜିଲ୍ଲା, ଉପଖଣ୍ଡ ଓ ବ୍ଲକସ୍ତର ପର୍ଯ୍ୟନ୍ତ ସାମ୍ବାଦିକଙ୍କୁ ସାମିଲ କରିବା, ସମସ୍ତ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ପ୍ରେସ କଲୋନୀ ପ୍ରଦାନ କରିବା, ସରକାରୀ ବିଜ୍ଞାପନ ରାଶିରୁ ଦୁଇ ଶତକଡା ଲେଭି ଆଦାୟ କରି ସାମ୍ୱାଦିକ ମାନଙ୍କ କଲ୍ୟାଣ ପାଇଁ ବ୍ୟବହାର କରିବା, ସାମ୍ବାଦିକଙ୍କ ସମନ୍ୱୟ ରକ୍ଷା ପାଇଁ ରାଜ୍ୟସ୍ତରରେ କମିଟି ଗଠନ କରି ଅଗ୍ରଣୀ ସାମ୍ବାଦିକ ସଂଗଠନ ଗୁଡ଼ିକର ପ୍ରତିନିଧି ମାନଙ୍କୁ ସାମିଲ କରିବା ଇତ୍ୟାଦି ଉଲ୍ଲେଖ ରହିଛି ।

hiring

ଦାବିପତ୍ର ଦେବା ସମୟରେ କମିଟି ଉପଦେଷ୍ଟା ଯୁଗଳ କିଶୋର ସାମଲ, ଜିଲ୍ଲା ସଭାପତି ପୂର୍ଣ୍ଣ ଚରଣ ସାହୁ, ସମ୍ପାଦକ ଭାଗବତ ମେହେର, ସୁଧାଂଶୁ ଶେଖର ମିଶ୍ର, ଜୟ କୁମାର ମହାରଣା, ଦିବ୍ୟରଞ୍ଜନ ପଟ୍ଟନାୟକ, ଦେବାନନ୍ଦ ସାହୁ, ଦେବାଶିଷ ମଲ୍ଲିକ, ସୁଦର୍ଶନ ବଘାର, ସୁଶାନ୍ତ କୁମାର ବେହେରା, ରଞ୍ଜନ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

3 × 1 =