ବୌଦ୍ଧ,୨୬/୧୧- ଜ଼ିଲ୍ଲା ପ୍ରଶାସନ ଏବଂ ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ବୌଦ୍ଧ ଶାଖା ଆନୁକୂଲ୍ୟରେ ବୌଦ୍ଧ ବ୍ଲକ ଜହ୍ନାପଙ୍କ ସ୍ଥିତ ଗନ୍ଧରାଡ଼ି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଭାତ ଚନ୍ଦ୍ର ଶତପଥୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ସମ୍ମାନୀତ ଅତିଥି ଭାବେ ବୌଦ୍ଧ ତହସିଲଦାର, ଜିଲ୍ଲା କ୍ରୀଡ଼ା ଅଧିକାରୀ ପବିତ୍ର ମୋହନ ରାଉତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂ , ନେହେରୁ ଯୁବ କେନ୍ଦ୍ରର ଆସମାନ ମହାକୁଡ଼ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆବଶ୍ୟକତା ସମ୍ପର୍କରେ ଜ୍ଞାତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ବରିଷ୍ଠ ଆଇନଜୀବୀ ନବକୁମାର ମିଶ୍ର ଯୋଗଦେଇ ଭାରତୀୟ ସମ୍ବିଧାନର ବୈଶିଷ୍ଟ୍ୟ ଓ କାର୍ଯ୍ୟକାରିତା ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଏବଂ ସମ୍ବିଧାନର ସୁରକ୍ଷା ଓ ସମ୍ମାନ ନିମନ୍ତେ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ଯୁବ ରେଡ଼କ୍ରସ କାଉନସେଲର ଅଶୋକ କୁମାର ପାଣ୍ଡିଆ ଅତିଥି ପରିଚୟ ପ୍ରଦାନ କରିଥିଲେ । ନେହେରୁ ଯୁବ କେନ୍ଦ୍ରର ବୌଦ୍ଧର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ । ଶେଷରେ ପ୍ରବୀଣା କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ ।