ସୁଧୀର କହଁର ହତ୍ୟା ମାମଲା: ଜଣକୁ ଆଜୀବନ ଓ ଅନ୍ୟ ଦୁଇଜଣ ନିର୍ଦ୍ଦୋଷରେ ଖଲାସ

0 177

ବୌଦ୍ଧ,୧୮/୭:- ସୋମବାର ଦିନ ବହୁଚର୍ଚ୍ଚିତ ସୁଧୀର କହଁର ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି ଜିଲ୍ଲା ଦୌରାଜଜ୍‌ ବିକ୍ରମ କୁମାର ପ୍ରଧାନ । ଜଣେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ େହୋଇଥିବାବେଳେ ଅନ୍ୟ ଦୁଇ ଜଣ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତ ୬/ ୧୦/୨୦୧୬ ରେ ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ସମାପାଜୁ ଗ୍ରାମର ସୁଧୀର କହଁର ବଘିଆପଡାକୁ ମେଲୋଡି ଦେଖିବା ପାଇଁ ଆସି ଘରକୁ ଫେରି ନଥିଲେ । ସକାଳୁ ତାଙ୍କ ମୃତଦେହ ଏକ ବିଲ ମଧ୍ୟରେ ପଡିଥିବା ସମ୍ପର୍କୀୟ ଲୋକଙ୍କ ଠାରୁ ପରିବାର ଲୋକ ଖବର ପାଇଥିଲେ । ଏ ନେଇ ସୁଧୀରଙ୍କ ପତ୍ନୀ ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ । ପୋଲିସ୍‌ ତଦନ୍ତ କରି ଏ ମାମଲାରେ ଏରେଡା ଗ୍ରାମର ଯଶୋବନ୍ତ ସାହୁ, ଖୁଣ୍ଟିଆପଡ଼ା ଗ୍ରାମର କନିଷ୍ଠ ମନହୀରା ଓ ପଦ୍ମନପୁର ଗ୍ରାମର ପଦ୍ମନ ବେହେରାଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା । ସୋମବାର ଜିଲ୍ଲା ଦୌରାଜଜ୍‌ ବିକ୍ରମ କୁମାର ପ୍ରଧାନ ଅଭିଯୁକ୍ତ ଯଶୋବନ୍ତକୁ ଆଜୀବନ କାରାଦଣ୍ଡାଦେଶ ଦେବା ସହିତ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ହେଲେ ଆଉ ଅଧିକ ୬ ମାସ କାରାଦଣ୍ଡାଦେଶ ହୋଇଛି । ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ଆଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ପିପି ସବିତା କୁମାରୀ ପଣ୍ଡା ମାମଲା ପରିଚାଳନା କରୁଥିଲେ ।

hiranchal ad1
Leave A Reply

Your email address will not be published.

seventeen + 7 =