ବିଭିନ୍ନ ଶକ୍ତିପୀଠରେ ଷୋହଳ ପୂଜା ଆରମ୍ଭ

0 397

ବୌଦ୍ଧ,୧୧/୯ – ବୌଦ୍ଧ ଜିଲ୍ଲାର ବିଭିନ୍ନ ଶକ୍ତି ପୀଠରେ ଶାରଦୀୟ ଷୋହଳ ପୂଜା ଗତକାଲିର ମୂଳାଷ୍ଟମୀ ରାତିରୁ ଆରମ୍ଭ ହୋଇ ଯାଇଛି । ପୁରୁଣା କଟକ ଠାରେ ବିରାଜିତ ଶ୍ରୀ ଶ୍ରୀ ମା ଭୈରବୀ ଦେବୀଙ୍କ ପୀଠ ସମେତ ଜିଲ୍ଲାର କୋଣେ ଅନୁକୋଣେ ଥିବା ବିଭିନ୍ନ ଖମ୍ବେଶ୍ୱରୀ ଓ ମାହେଶ୍ୱରୀଙ୍କ ପୀଠରେ ପାରମ୍ପରିକ ପୂଜାଅର୍ଚ୍ଚନା ପରେ ଖଣ୍ଡା ବସା ଯାଇଥିବା ଜଣାପଡିଛି । ଦେବୀଙ୍କ ପ୍ରତୀକ ଭାବରେ ଖଣ୍ଡାକୁ ଶୋଭାଯାତ୍ରାରେ ନିକଟସ୍ଥ ନଦୀ ନାଳକୁ ନେଇ ସ୍ନାନ ମାର୍ଜନା ପରେ ପୀଠରେ ଆଣି ସ୍ଥାପନ କରାଯାଏ । ଏ ପୂଜା ଷୋହଳ ଦିନ ଧରି ଚାଲୁଥିବା ଯୋଗୁଁ ତାକୁ ଷୋହଳ ପୁଜା କୁହାଯାଇଥାଏ । ପୂଜାର ଉଦଯାପନ ଆଶ୍ୱିନ ଶୁକ୍ଳପକ୍ଷ ମହାଅଷ୍ଟମୀରେ କରାଯାଏ । ବୌଦ୍ଧ ଜିଲ୍ଲାର ବାମଣ୍ଡା, ଭାଲିଆ ପଦର, ବାଉଁଶୁଣୀ, ଗମ୍ଭାରୀ ପଦର ଆଦି ସମସ୍ତ ମାହେଶ୍ୱରୀ / ଖମ୍ବେଶ୍ୱରୀ ପୀଠ ସମେତ ଘଣ୍ଟାପଡା ବିରାଜିତା ମା ସମଲେଶ୍ୱରୀ, ବଢିଗାଁ ଭୈରବୀ, ବୌଦ୍ଧ ସହର ଭୈରବୀ ଦେବୀଙ୍କ ପୀଠରେ ସ୍ୱତନ୍ତ୍ର ପୂଜାମାନ ଅନୁଷ୍ଠିତ ହୋଇଯାଇଛି ।

hiranchal ad1
Leave A Reply

Your email address will not be published.

nine + 13 =